Latest Odisha News

BREAKING NEWS

ବର୍ତ୍ତିଲା ନାହିଁ ପୋଲିସ: ପାଟ୍ରୋଲିଂ ସମୟରେ ପୋଲିସ୍‌କୁ ମାଡ଼ ଅଭିଯୋଗ

ନିମାପଡା: ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ପାଟ୍ରୋଲିଂ ବେଳେ କିଛି ଯୁବକ ନିମାପଡା ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା। ଏଥିରେ ନିମାପଡା ଥାନାର ଏସାଇ ଏସ୍‌ଆଇ ପ୍ରଦୀପ କୁମାର ଯୁଝାରସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି

ଖବର ଅନୁଯାୟୀ, ଶନିବାର ରାତି ୧୧ଟା ସମୟରେ ନିମାପଡାର ପୁରୁଣା ମାଛ ମାର୍କେଟସ୍ଥିତ ଏକ ମଦ ଦୋକାନ ସାମ୍ନାରେ କିଛି ଅସାମାଜିକ ଯୁବକ ମଦ ପିଇବା ସହ ରାସ୍ତା ଉପରେ ଗାଡ଼ି ରଖି ଲୋକଙ୍କୁ ହଇରାଣ କରୁଥିଲେ।

ଖବର ପାଇ ନିମାପଡ଼ା ପୁଲିସ ଭ୍ୟାନ୍‌ ସେଠାରେ ପହଞ୍ଚି ଉକ୍ତ ଯୁବକମାନଙ୍କୁ ତାଗିଦ୍‌ କରିଥିଲା । ମାତ୍ର ନିଶାରେ ବୁଡିଥିବା ଏହି ଯୁବକ ମାନେ ପୋଲିସ ସହ ଅଭଦ୍ର ଆଚରଣ କରିଥିଲେ ।

ଏହି ଘଟଣା ତିକ୍ତତା ଆଡକୁ ମୁଁହାଇବା ପରେ ଯୁବକମାନେ ଏଜ ଲୁହାଛଡ଼ରେ ଏସ୍‌ଆଇ ପ୍ରଦୀପଙ୍କ ଉପରକୁ ଆକ୍ରମ କରିଥିଲେ। ଏଥିରେ ପ୍ରଦୀପଙ୍କ ହାତରେ ଗଭୀର ଆଘାତ ଲାଗି ହାତ ଭାଂଗି ଯାଇଥିବା ଜଣାପଡ଼ିଛି ।

ପୁଲିସକୁ ମାଡ଼ ମାରି ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ନାଁରେ ନାମରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.