Latest Odisha News

BREAKING NEWS

ବିଜେପିର ୩ ଲୋକସଭା ଓ ୧୧ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା: ପାଟକୁରାରୁ ବିଜୟ, ଭୁବନେଶ୍ୱରରୁ ଅପରାଜିତା ମହାନ୍ତି ଓ ଭଦ୍ରକରୁ ଅଭିମନ୍ୟୁ ସେଠୀ ଲଢିବେ ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ନିମନ୍ତେ ସୋମବାର ସକାଳେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ୩ଟି ଲୋକସଭା ଓ ୧୧ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ବିଜେପି ଟିକଟରେ ଲଢିବେ । ନିକଟରେ ବିଜେଡ଼ି ଟିକଟ ନପାଇ ଅର୍ଜୁନ ଦଳରୁ ଇସ୍ତଫା ପ୍ରଦାନ କରିବା ପୂର୍ବକ ପୁଅ ଅଭିମନ୍ୟୁଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲେ ।

ସେହିପରି ପାଟକୁରା ଆସନରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିର୍ବାଚନ ଲଢିବା ନେଇ ଦଳ ନିଷ୍ପତ୍ତି ଗ୍ରହଣ କରିଛି । ସୂଚନାଯୋଗ୍ୟ ଗତ ୨୦୧୪ ନିର୍ବାଚନରେ ମହାକାଳପଡ଼ା ଆସନରୁ ବିଜେପି ଟିକଟରେ ବିଜୟ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।

ଭୁବନେଶ୍ୱର ଉତ୍ତର ଆସନରୁ ପ୍ରଖ୍ୟାତ ଓଡ଼ିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ନିର୍ବାଚନ ଲଢୁଛନ୍ତି । ସେ ଗତ ନିର୍ବାଚନରେ କଂଗ୍ରେସ ଟିକଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ତେବେ ନିକଟରେ ସେ ହାତ ଛାଡ଼ି ପଦ୍ମ ଧରିଛନ୍ତି । ତେଣୁ ଦଳ ଭୁବନେଶ୍ୱର ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି ।

ବିଜେପିର ଘୋଷିତ ୩ ଲୋକସଭା ପ୍ରାର୍ଥୀ ତାଲିକା
ମୟୁରଭଞ୍ଜ – ଇଂ ବିଶ୍ୱେଶର ଟୁଡୁ
ଭଦ୍ରକ – ଅଭିମନ୍ୟୁ ସେଠୀ
ଯାଜପୁର – ଅମିୟ ମଲ୍ଲିକ

ବିଜେପିର ଘୋଷିତ ୧୧ ବିଧାନସଭା ପ୍ରାର୍ଥୀ ତାଲିକା
ଆନନ୍ଦପୁର – ଆଲୋକ ସେଠୀ
ରାଇରଙ୍ଗପୁର – ନବ ଚରଣ ମାଝୀ
ମୋରଡ଼ା – ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର
ନୀଳଗିରି – ସୁକାନ୍ତ ନାୟକ
ଆଠମଲ୍ଲିକ – ଭାଗିରଥୀ ପ୍ରଧାନ
ବାଙ୍କି – ଶୁଭ୍ରାଂଶୁ ଶେଖର ପାଢୀ
ଆଠଗଡ଼ – ବ୍ରଜେନ୍ଦ୍ର ରାୟ
ପାଟକୁରା – ବିଜୟ କୁମାର ମହାପାତ୍ର
ମହାକାଳପଡ଼ା – ବିଜୟ ପ୍ରଧାନ
ପୁରୀ – ଜୟନ୍ତ ଷଡ଼ଙ୍ଗୀ
ଭୁବନେଶ୍ୱର ଉତ୍ତର – ଅପରାଜିତା ମହାନ୍ତି

Leave A Reply

Your email address will not be published.