Latest Odisha News

BREAKING NEWS

୨୦୨୪ ନିର୍ବାଚନୀ ଫାଇଟ୍: ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି ଦାୟିତ୍ୱ

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢେଇ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ । ଆଜି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି । ୧୭ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛନ୍ତି ପ୍ରଭାରୀ । ତେବେ ଓଡିଶାର ପ୍ରଭାରୀ ଭାବେ ବିଜୟ ପାଲ ସିଂହ ତୋମାରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ସହ ପ୍ରଭାରୀ ଭାବେ ଲତା ଉସେଣ୍ଡିଙ୍କୁ ମିଳିଛି ଦାୟିତ୍ୱ ।

ସେହିପରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି । ଯଦି ଅତିତ ଉପରେ ନଜର ପକାଇବା ତେବେ ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ଅମିତ ଶାହ ତୁଲାଇ ଥିବାବେଳେ, ୨୦୧୯ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଦାୟିତ୍ବ କୁ ସୁଚାରୁରୂପେ ତୁଲାଇଥିଲେ । ଏହାପରେ ୟୁପିରେ ବିଜେପିକୁ ବଡ଼ ବିଜୟ ଲାଭ ହୋଇଥିଲା । ସେନେଇ ୨୦୨୪ ନିର୍ବାଚନ ପାଇଁ ମଧ୍ୟ ବହୁ ଆଶା ରଖିଛି ଦଳ ।

ସେହିପରି, ଝାଡ଼ଖଣ୍ଡରେ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଦାୟିତ୍ୱ ଦିଆଯାଇଥିବାବେଳେ, ଛତିଶଗଡ ପାଇଁ ବିଜୟ ଭାଇ ରୁପାଣୀଙ୍କୁ ଦାୟିତ୍ବ ଦିଆଯାଇଛି । ତାମିଲନାଡୁ ପାଇଁ ଅରବିନ୍ଦ ମେନନ୍‌ ଏବଂ ସୁଧାକର ରେଡ୍ଡୀଙ୍କୁ ପ୍ରଭାରୀ ଦାୟିତ୍ୱ । କେରଳ ପାଇଁ ପ୍ରକାଶ ଜାଭେଡକର । ମଧ୍ୟପ୍ରଦେଶ ପାଇଁ ମହେନ୍ଦ୍ର ସିଂ ଓ ସତିଶ ଉପାଧ୍ୟାୟଙ୍କୁ ମିଳିଛି ଦାୟିତ୍ବ । ସେହିପରି ଗୋଆର ପ୍ରଭାରୀ ଦାୟିତ୍ୱ ଆଶିଷ ସୁଦ୍‌ଙ୍କୁ ମିଳିଛି । ଉତ୍ତରାଖଣ୍ଡ ପାଇଁ ଦୁଷ୍ମମ୍ନ କୁମାର ଗୌତମଙ୍କୁ ପ୍ରଭାରୀ ଦାୟିତ୍ୱ ।

ପଶ୍ଚମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବୀୟ ଓ ଆଶା ଲକଡାଙ୍କୁ ପ୍ରଭାରୀ ଦାୟିତ୍ବ । ପଞ୍ଜାବ ପାଇଁ ବିଜୟ ଭାଇ ରୁପାଣୀ ଓ ନରିନ୍ଦର ସିଂଙ୍କୁ ଦାୟିତ୍ବ । କର୍ଣ୍ଣାଟକ ପାଇଁ ରାଧା ମୋହନ ଦାସ ଅଗ୍ରଓ୍ବାଲ୍ ଓ ସୁଧାକର ରେଡ୍ଡିଙ୍କୁ ଦାୟିତ୍ବ । ସେହିପରି ଜମ୍ମୁ କଶ୍ମୀର ଓ ଲଦାଖ ପାଇଁ ତରୁଣ ଚୁଘ ଓ ଆଶିଷ ସୁଦ୍‌ଙ୍କୁ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.