Latest Odisha News

BREAKING NEWS

‘ଡୋନେଟ ଫର ନ୍ୟାୟ’ର ଶୁଭାରମ୍ଭ, ଦାନକର୍ତ୍ତାଙ୍କୁ ମିଳିବ ରାହୁଲଙ୍କ ସ୍ୱାକ୍ଷର ଥିବା ଟି-ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଆରମ୍ଭ କରିଛି ‘ଡୋନେଟ ଫର ନ୍ୟାୟ’ ଅଭିଯାନ । କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ ଓ ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଡୋନେଟ ଫର ନ୍ୟାୟ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶର ଯେ କୈଣସି ବ୍ୟକ୍ତି ଯଥା ସମ୍ଭବ ଦାନ କରି ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ସହଯୋଗ କରି ପାରିବେ। ଏଥିସହ ‘ନ୍ୟାୟ ଯୋଦ୍ଧା’ ହୋଇପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ମାକନ କହିଛନ୍ତି ଯେ ଏହି ଡୋନେସନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଅଂଶବିଶେଷ କରିବା। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧି ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିବେ। ଏଥିରେ ଡୋନେଟ ଫର ନ୍ୟାୟ ଅଭିଯାନରେ ରାହୁଲଙ୍କୁ ପ୍ରତି କିଲୋମିଟର ୧ପଇସା ଦାନ କରି ଯେ କୌଣସି ନାଗରିକ ସହଯୋଗ କରିପାରିବେ। ଯେଉଁ ବ୍ୟକ୍ତି ୬୭୦ ଟଙ୍କା ବା ଏହାଠୁ ଅଧିକ ଡୋନେଟ କରିବେ ତାଙ୍କୁ ରାହୁଲ ଗାନ୍ଧିଙ୍କ ସ୍ୱାକ୍ଷର ଥିବା ଏକ ଟି-ସାର୍ଟ ଉପହାରରେ ଦିଆଯିବ।

ସେହିପରି ୬୭ ହଜାର ବା ଏହାଠୁ ଅଧିକ ଦାନ କଲେ ନ୍ୟାୟ କିଟ୍ ମିଳିବ, ଯେଉଁଥିରେ ଟି-ସାର୍ଟ, ବ୍ୟାଗ୍, ବ୍ୟାଣ୍ଡ ଓ ବ୍ୟାଚ୍‌ ଓ ଷ୍ଟିକର ରହିଛି । ଏହି ଅଭିଯାନରେ ‘ରେଫର୍ଡ ବାଇ’ର ଯାଇଛି । ଏଥିରେ ଡୋନସେନ ପାଇଁ କହୁଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଦିଆଯିବ। ଏଥିରୁ ୫ ଟପ ଲୋକଙ୍କ ନାମ ୱେବସାଇଟରେ ଉପଲବ୍ଧ କରାଯିବ।

 

 

Leave A Reply

Your email address will not be published.