Latest Odisha News

BREAKING NEWS

ରଣଜୀ ଟ୍ରଫି: ପକ୍ଷପାତିତା ନେଇ କଳଙ୍କିତ ହେଉଛି ଦିଲ୍ଲୀ ଟିମ

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ରିପୋର୍ଟ ମୁତାବକ ଦିଲ୍ଲୀ ଟିମ ଆୟୂଷ ବଦାନୀଙ୍କ କ୍ଷେତ୍ରରେ ଯେଉଁ ଭଳି ଭେଦଭାବ ଆପଣାଇଲେ ତାହା ଆଦୌ ଗ୍ରହଣୀୟ ହେଉ ନାହିଁ । ଖରାପ ଫର୍ମରେ ଥିବା ବଦାନୀଙ୍କୁ ହୋଟେଲ ବାହାରକୁ ନ ଆସିବା ପାଇଁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସ୍ଥାନରେ କ୍ଷିତିଜ ଶର୍ମାଙ୍କୁ ସୁଯୋଗ ଦେବା ପାଇଁ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଉତରାଖଣ୍ଡ ବିପକ୍ଷ ମ୍ୟାଚରେ ଏହାର ଫାଇଦା କିଛି ଟିମକୁ ମିଳି ନ ଥିଲା । ଦିଲ୍ଲୀ ୧୪୭ରେ ଅଲଆଉଟ ହୋଇଥିଲା । ବଦାନୀ ପୂର୍ବ ମ୍ୟାଚରେ ୪୧ ରନ କରିଥିଲେ । ଏପରିକି ୧୫ଜଣିଆ ଟିମରୁ ହଠାତ ବାହାର ରଖାଯିବା ଯୋଗୁ ସେ ମ୍ୟାଚ ଫିର ହକଦାର ମଧ୍ୟ ହୋଇପାରି ନ ଥିଲେ । ସେ ଭିଆଇପି ଗ୍ୟାଲେରୀରେ ମ୍ୟାଚ ଉପଭୋଗ କରିପାରିଥାନ୍ତେ ଅଥଚ ତାଙ୍କୁ ହୋଟେଲରେ ରଖା ଯାଇଥିଲା ।

ଦିଲ୍ଲୀ ଅଧିକାରୀଙ୍କ ମତରେ ଆଇପିଏଲର ୨ଟି ସିଜନ ଖେଳିବା ପରେ ବଦାନୀ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ମନ ଦେଉ ନାହାନ୍ତି । ତାଙ୍କୁ ଚେତାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ମ୍ୟାଚ ପରେ ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲୀ କଡା ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି । କ୍ଷିିତିଜ, ବଦାନୀ ଓ ୟଶ ଢ଼ୁଲଙ୍କ ପ୍ରଦର୍ଶନ ନେଇ ସେ ସନ୍ତୁଷ୍ଟ ନାହାନ୍ତି ।

Leave A Reply

Your email address will not be published.