Latest Odisha News

BREAKING NEWS

୩ ରାଜ୍ୟକୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ ସବୁଠୁ ଧନୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ସିଏମ ପଦକୁ ନେଇ ଗତ କିଛି ଦିନ ଧରି ଲାଗିରହିଥିବା ସବୁ ଆଶା ଆଶଙ୍କା ଏବେ ଶେଷ ହୋଇଛି ।  ଭାରତୀୟ ଜନତା ପାର୍ଟି ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ ପାଇଁ ଡକ୍ଟର ମୋହନ ଯାଦବଙ୍କୁ ଚୟନ କରିଛି । ଶେଷରେ ଆଜି ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଭଜନଲାଲ ଶର୍ମାଙ୍କ ନାମ ଘୋଷଣା କରିଛି ବିଜେପି ।

ବର୍ତ୍ତମାନ ଏହି ତିନି ରାଜ୍ୟ ସେମାନଙ୍କର ନୂତନ ମୁଖ୍ୟମନ୍ତ୍ରୀ ପାଇଛନ୍ତି । ସମସ୍ତ ତିନୋଟି ସ୍ଥାନରେ ନୂଆ ଚେହେରାକୁ ସୁଯୋଗ ଦିଆଯାଇଛି | ତେବେ କଣ ଆପଣ ଜାଣନ୍ତି କି ଏହି ନୂତନ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କାହାର ଅଧିକ ସମ୍ପତ୍ତି । ଆସନ୍ତୁ ଜାଣିବା ସେ ବିଷୟରେ …

ମୋହନ ଯାଦବ(ମଧ୍ୟପ୍ରଦେଶ)

ମୋହନ ଯାଦବ ଉଜ୍ଜେନର ଦକ୍ଷିଣ ସିଟ୍ ରୁ ତିନି ତିନି ଥର ବିଧାୟକ ହୋଇଛନ୍ତି । ତାଙ୍କର ନାମାଙ୍କନ ସମୟରେ ଯେଉଁ ପ୍ରମାଣପତ୍ର ଦାଖଲ କରାଯାଇଥିଲା ସେ ମୁତାବକ, ତାଙ୍କର ଏବଂ ତାଙ୍କ ପରିବାରର ସମସ୍ତ ସମ୍ପତ୍ତି ମିଶି ପ୍ରାୟ ୪୨ କୋଟି ହେବ । ମୋହନ ଯାଦବଙ୍କ ଉପରେ ପାଖାପାଖି ୯କୋଟିର ଋଣ ରହିଛି । ତାଙ୍କ ପାଖରେ ୧.୪୧ ଲକ୍ଷ ନଗଦ ଟଙ୍କା ରହିଥିବା ବେଳେ ତାଙ୍କ ପତ୍ନୀ ସୀମା ଯାଦବଙ୍କ ପାଖରେ ୩.୩୮ ଲକ୍ଷ ନଗଦ ଟଙ୍କା ରହିଛି । ଦୁହେଁଙ୍କର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୨୮,୬୮,୦୪୪,୯୭ ଟଙ୍କା ରହିଛି ।

ଭଜନଲାଲ ଶର୍ମା(ରାଜସ୍ଥାନ)

ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିର୍ବାଚନ ଆୟୋଗଙ୍କ ପାଖରେ ଦେଇଥିବା ପ୍ରମାଣପତ୍ର ଅନୁସାରେ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ୧.୫ କୋଟି ଅଟେ । ସେଥିରୁ ୪୩.୬ ଲକ୍ଷ ସ୍ଥାବର ସମ୍ପତ୍ତି ହୋଇଥିବା ବେଳେ ୧କୋଟି ଅସ୍ଥାବର ସମ୍ପତ୍ତି ରହିଛି ।

ବିଷ୍ଣୁଦେବ ସାଏ(ଛତିଶଗଡ)

ଛତିଶଗଡ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା କରାଯାଇଥିବା ବିଷ୍ଣୁଦେବ ସାଏ ଓ ତାଙ୍କର ପୁରା ପରିବାରର ସମ୍ପତ୍ତିକୁ ମିଶାଇଲେ ମୋଟ ୩,୮୦,୮୧,୫୫୦ ଟଙ୍କା ଅଟେ । ବିଷ୍ଣୁଦେବଙ୍କ ଉପରେ ୬୫,୮୧,୯୨୧ଟଙ୍କାର ଋଣ ଭାର ରହିଛି ।

Leave A Reply

Your email address will not be published.