Latest Odisha News

BREAKING NEWS

ରାଜସ୍ଥାନ ରାଜନୀତି: ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ

ଜୟପୁର: ଶେଷ ହୋଇଛି ରାଜସ୍ଥାନ ସସ୍ପେନ୍ସ  । ସମସ୍ତଙ୍କୁ ଚମକେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମୁକୁଟ ଭଜନଲାଲ ଶର୍ମାଙ୍କୁ ପିନ୍ଧାଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ଏଥିସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇଜଣଙ୍କୁ ମନୋନୀତ କରିଛି ଦଳ  । ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆ ଯାଇଛି । ଏଥି ସହିତ ବାସୁଦେବ ଜୀ ଦେବନାନୀ ସ୍ପିକର ରହିବେ । ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ଫର୍ମୁଲା କାର୍ଯ୍ୟକାରୀ କରିଛି ଦଳ । ଦୀୟା କୁମାରୀ ରାଜସ୍ଥାନର ଶେଷ ଶାସକ ମହାରାଜା ମାନସିଂହଙ୍କ ନାତୁଣୀ ଅଟନ୍ତି । ସେ ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ଦଳ ନିଷ୍ପତ୍ତି ମାନି ସେ ବିଧାନସଭା ନିର୍ବାଚନ ଲଢିଥିଲେ ।

ସେହିପରି ପ୍ରେମଚନ୍ଦ୍ର ବୈରଭା ଦୁଦୁରୁ ବିଜେପି ବିଧାୟକ ଭାବେ ମନୋନୀତ ହୋଇଥିଲେ । ସେ  ୩୫, ୭୪୩ ଭୋଟ ବ୍ୟବଧାନରେ ଜିତିଥିଲେ । ସେହିପରି ସ୍ପିକର ଭାବେ ମନୋନୀତ ବାସୁଦେବ ଦେବନାନୀ ଅଜମେର ଉତ୍ତରରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.