Latest Odisha News

ସନ୍ତୋଷଙ୍କୁ ନୀଳଗିରି ପାର୍ଥୀ କଲା ବିଜେପି

ଭୁବନେଶ୍ଵର: ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ ଖଟୁଆ । ନୀଳଗିରି ଆସନ ପାଇଁ ଦଳ ସୁକାନ୍ତ ନାୟକଙ୍କୁ ଟିକେଟ ଦେଇଥିବାରୁ ବିଜେଡି ଛାଡ଼ିଥିଲେ ସନ୍ତୋଷ ।

ସୂଚନା ଅନୁସାରେ, ଗତକାଲି ୬ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି । ଘଷିପୁରା, ଭୋଗରାଇ, ଭଣ୍ଡାରୀପୋଖରୀ, ବରୀ, ବାରବାଟୀ-କଟକ ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନୀଳଗିରି ଆସନ ପାଇଁ ସସପେନ୍ସ ରଖିଥିଲା ବିଜେପି । ଆଜି ସେହି ସସପେନ୍ସ ଉପରୁ ପରଦା ଉଠାଇଛି ବିଜେପି । ଗତକାଲି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସନ୍ତୋଷଙ୍କୁ ଟିକେଟ ଦେଇଛି ବିଜେପି ।

Comments are closed.