Latest Odisha News

BREAKING NEWS

ବିଜେପିର ବିଧାନସଭା ନିର୍ବାଚନ ଫୋକସ୍: ଧର୍ମେନ୍ଦ୍ରଙ୍କୁ ହରିୟାଣା ଓ ଅଶ୍ୱିନୀଙ୍କୁ ମହାରାଷ୍ଟ୍ର ଦାୟିତ୍ୱ

ନୂଅଦିଲ୍ଲୀ: ଦେଶରେ ସରିଛି ଲୋକସଭା ନିର୍ବାଚନ ଆଉ ଆଗକୁ ରହିଛି ୪ ରାଜ୍ୟର ବିଧାନସଭା ନିର୍ବାଚନ । ଯାହା ଉପରେ ଫୋକସ କରିଛି ବଜେପି । ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଏବଂ ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାକୁ ଦୃଷ୍ଟିରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ।

ତେବେ ହରିୟାଣା ପ୍ରଭାରୀ ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଥିବାବେଳେ ସହ ପ୍ରଭାରୀ ଭାବେ ବିପ୍ଲବ କୁମାର ଦେବଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ମହାରାଷ୍ଟ୍ର ପାଇଁ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଥିବାବେଳେ, ଅଶ୍ୱିନୀ ବୈଷ୍ଣବଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

ଅନ୍ୟପଟେ, ଝାଡଖଣ୍ଡର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଶିବରାଜ ସିଂହ ଚୌହାନଙ୍କୁ ମିଳିଥିବାବେଳେ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ସହ ପ୍ରଭାରୀ ଦାୟିତ୍ତ୍ବ ମିଳିଛି । ଜମ୍ମୁକଶ୍ମୀର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇବେ ଜି କିଷାନ ରେଡ୍ଡୀ ।

Leave A Reply

Your email address will not be published.