Latest Odisha News

BREAKING NEWS

ଗୁଗୁଲରେ ଦଳୀୟ ପ୍ରଚାର ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ କରି ପ୍ରଥମରେ ବିଜେପି

ନୂଆଦିଲ୍ଲୀ: ଭାବେ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦଳୀୟ ପ୍ରଚାର ପାଇଁ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଏବଂ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟି ଟଙ୍କା ରୁ ଅଧିକ ଖର୍ଚ୍ଚ କରିଛି ଭାରତର ପ୍ରଥମ ରାଜନୈତିକ ଦଳ ମାନଙ୍କ ଭିତରେ ଆଗୁଆ ରହିଛି ।

ତେବେ ଦେଶର ଅନ୍ୟ ତିନୋଟି ଦଳ ଯଥାକ୍ରମେ କଂଗ୍ରେସ, ଡିଏମକେ ଓ ରାଜନୈତିକ ପରାମର୍ଶଦାତା କମ୍ପାନୀ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟିର ବିଜ୍ଞାପନ ଖର୍ଚ୍ଚ ସହ ସମାନ ହୋଇଛି ବିଜେପିର ଖର୍ଚ୍ଚ । ଏନେଇ ଗୁଗୁଲ ପକ୍ଷରୁ ଏକ ରିପୋର୍ଟରେ ଦର୍ଶାଯାଇଛି ।

ଗୁଗୁଲ୍ ବିଜ୍ଞାପନରେ ବିଜେପିର ଅଂଶ ୩୧ ମେ’ ୨୦୧୮ ରୁ ୨୫ ଏପ୍ରିଲ ୨୦୨୪ ମଧ୍ୟରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ପାଇଁ ମୋଟ ୩୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୬ବର୍ଷ ମଧ୍ୟରେ ପ୍ରକାଶିତ ଡିଜିଟାଲ ବିଜ୍ଞାପନ ମଧ୍ୟରେ ବିଜେପିର ୭୩ ପ୍ରତିଶତ ରହିଛି । ଏହା ମଧ୍ୟରୁ ସବୁଠୁ ଅଧିକ ଖର୍ଚ୍ଚ ବିଜେପି କରିଛି ବୋଲି ସୂଚନା ରହିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । ଦଳୀୟ ପ୍ରଚାର ପାଇଁ କଂଗ୍ରେସ ମୋଟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିପରି ତୃତୀୟରେ ରହିଛି ଡିଏମକେ ଦଳ ।

ଉଲ୍ଲେଖଯୋଗ୍ୟ, ଗୁଗୁଲର ରାଜନୈତିକ ବିଜ୍ଞାପନର ସଂଜ୍ଞା ବ୍ୟାପକ ମନେହୁଏ କାରଣ ଏଥିରେ ସମ୍ବାଦ ସଂଗଠନ, ସରକାରୀ ପ୍ରଚାର ବିଭାଗ, ଏବଂ ଅଭିନେତା-ରାଜନେତାଙ୍କ ସହିତ ବିଜ୍ଞାପନ ମଧ୍ୟ ସ୍ଥାନିତ ହୋଇଛି ।

Leave A Reply

Your email address will not be published.