Latest Odisha News

BREAKING NEWS

ତେଜସ୍ୱୀ ସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଧର୍ମ ନାଁରେ ଭୋଟ୍ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ: ଗୁରୁବାର ଅର୍ଥାତ୍ ୨୬ ତାରିଖରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମତଦାନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ, ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ସିଟ୍ ପାଇଁ ଭୋଟ୍ ପଡିଛି । ଏହା ଭିତରୁ କର୍ଣ୍ଣାଟକର ୨୮ ରୁ ୧୪ ଲୋକସଭା ଆସନରେ ମତଦାନ ହୋଇଛି । ଏହା ଭିତରେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ବିଜେପି ପ୍ରାର୍ଥୀ ତଥା ସିଟିଂ ଏମପି ତେଜସ୍ବୀ ସୂର୍ଯ୍ୟାଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି ।

ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ । ସେ ଲେଖିଛନ୍ତି, ତେଜସ୍ବୀ ସୂର୍ଯ୍ୟା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଧର୍ମ ନାମରେ ଭୋଟ୍ ମାଗିଥିବା ଅଭିଯୋଗ ହୋଇଛି । ଏନେଇ ଏପ୍ରିଲ ୨୫ ରେ ଜୟନଗର ପୋଲିସ ଷ୍ଟେସନରେ ଧାରା ୧୨୩ (୩) ଅଧିନରେ କେସ ରୁଜୁ ହୋଇଛି ।

ତେବେ ଚଳିତ ନିର୍ବାଚନରେ ବିଜେପିର ତେଜସ୍ବୀ ସୂର୍ଯ୍ୟାଙ୍କ ମୁକାବିଲା କଂଗ୍ରେସର ସୌମ୍ୟା ରେଡ୍ଡିଙ୍କ ସହ ହେଉଛି ।

Leave A Reply

Your email address will not be published.