ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଦାବି ନେଇ ବିଜେପି ତରଫରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତାଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ତାଙ୍କ ଚାମ୍ବର୍ରୁ ବାହାର କରିଦେଇଥିଲେ। ପ୍ରତିବାଦରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସଂଘମିତ୍ରା ଦଳେଇ ବୁଝାଇଥିଲେ। ନିଜ ଚାମ୍ବରକୁ ଡାକି ଆଲୋଚନା କରିଥିଲେ। ସମସ୍ତଙ୍କୁ କଫି ପିଆଇ ମଶା ମୁକାବିଲା ପାଇଁ ମହାନଗର ନିଗମ ତରଫରୁ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେନେଇ ବୁଝାଇଥିଲେ। ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ବିଜେପି। ଅନ୍ୟପଟେ ମହାନଗର ନିଗମରେ ବିଜେପିର ୭ଜଣ କର୍ପୋରେଟର ରହିଥିବା ବେଳେ ବିକ୍ଷୋଭ ବେଳେ ଅଧିକାଂଶଙ୍କୁ ଦେଖିବାକୁ ମିଳିନଥିଲା। ଏହି ଘଟଣାକୁ ନେଇ ବ୍ରହ୍ମପୁର ସହରରେ ବିଭିନ୍ନ କଥା ଆଲୋଚନା ହେଉଛି।
ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବିଜେପି ନେତା କାହ୍ନୁଚରଣ ପତି ଏବଂ ରାମ କୁମାର ପାତ୍ରଙ୍କ ନେତୃତ୍ବରେ କର୍ମୀମାନେ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିଛି ସମୟ ପରେ କମିଶନର ସୋନାଲ ପହଞ୍ଚିଲେ। କର୍ମୀମାନେ ତାଙ୍କ ଚାମ୍ବର ଭିତରକୁ ଅତର୍କିତ ପସିଯାଉଥିବା ବେଳେ ଏହାକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ କମିଶନର। କେବଳ ୪ଜଣ ରହିପାରିବେ, ବଳକାଙ୍କୁ ବାହାର କରିବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦେଇଥିଲେ। ଯଦି ଝଗଡ଼ା ସୃଷ୍ଟି କରିବେ, ତେବେ ଦଫା ୧୦୭ରେ ପୋଲିସରେ ଏତଲା ଦେବେ ବୋଲି ଚେତାବନୀ ଦେଇଥିଲେ। ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଚାମ୍ବର ସମ୍ମୁଖରେ ଧାରଣାରେ ବସିବା ସହ କମିଶନର ଭୁଲ୍ ମାଗନ୍ତୁ ବୋଲି ଦାବି କରିଥିଲେ। କିଛି ସମୟ ପରେ ମେୟର ଦଳେଇ, ଡେପୁଟି ମେୟର ବିବେକ ରେଡ଼ି ପହଞ୍ଚି ସମସ୍ତଙ୍କୁ ବୁଝାଇ ଚାମ୍ବରକୁ ଡାକିଥିଲେ।
ସେଠାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ମଶା ମୁକାବିଲା ପାଇଁ ମହାନଗର ନିଗମ ତରଫରୁ କଣ ସବୁ ପଦକ୍ଷେପ ନିଆଯାଉଛି, ସେନେଇ ମେୟର ଦଳେଇ କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତିଙ୍କ କହିବାନୁଯାୟୀ, କମିଶନର ଯେଉଁଭଳି ବ୍ୟବହାର ଦେଖାଇଲେ, ତାହା ନିନ୍ଦନୀୟ। ଜଣେ ସରକାରୀ ଅଧିକାରୀଙ୍କ ଆଚରଣ ଭଦ୍ର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏନେଇ ମେୟର ଦଳେଇ କହିଥିଲେ ଯେ, ଭୁଲ୍ ବୁଝାମଣା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମଶା ପ୍ରାଦୁର୍ଭାବ ପ୍ରସଙ୍ଗ ନେଇ ବିଜେପି ନେତାମାନେ ବିଭିନ୍ନ ଦାବି ରଖିଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ପୂର୍ବରୁ କର୍ପୋରେଟର ଏବଂ ଅଧିକାରୀଙ୍କ ସହ ଆଲୋଚନା ହୋଇଯାଇଛି। ଟିଫା ମଶିନରେ ପଡ଼ୁଥିବା ସ୍ବତନ୍ତ୍ର ତେଲର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବଜାରରୁ ତେଲ କିଣିବା ଦିଗରେ ପଦକ୍ଷେପ ନିଆଯିବ। ସଫେଇ ନେଇ ଯେଉଁ ଦାବି ରହିଛି, ତାହା ମଧ୍ୟ ପୂରଣ ହେବ ବୋଲି ସେ କହିଛନ୍ତି। ତେବେ କମିଶନର ସୋନାଲଙ୍କ କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ।
BREAKING NEWS
- ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
- Israel’s Foreign Minister : ଇସ୍ରାଏଲୀ ବୈଦେଶିକ ମନ୍ତ୍ରୀ କଲେ ସ୍ପଷ୍ଟ ;ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ନିଷ୍ପତ୍ତି…
- Woman Mason From Odisha: ଭାଙ୍ଗିଲେ ସମାଜର ପ୍ରତିବନ୍ଧକ, ରାଜମିସ୍ତ୍ରୀ ହୋଇ ନାରୀ ସଶକ୍ତିକରଣର ନୂଆ ବାଟ ଖୋଲିଲେ ମୟୂରଭଞ୍ଜ ମହିଳା…
- Weather Update: ୨ ଦିନ ବିଜୁଳି ଘଡଘଡ଼ି ସହ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି…
- ସରକାରୀ କ୍ୱାଟର୍ସରୁ ଜେଲ୍ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- Pak Man Plot To Kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର!
- No deal, only unconditional surrender’: ଇରାନକୁ ନଇଁବାକୁ ପଡ଼ିବ, ନହେଲେ ପରିଣାମ ଭୟଙ୍କର ହେବ !
- ଏସିଆର ସବୁଠୁ ଧନୀ ମୁକେଶ ଅମ୍ବାନୀ
- Socialism vs Nepotism In Bihar Politics: ବିହାର ରାଜନୀତିରେ ‘ପରିବାରବାଦ’
- Dhurandhar 2 Trailer: ଚମକାଇଲା ଧୁରନ୍ଧର ୨ ଟ୍ରେଲର ରିଲିଜ୍, ରକ୍ତାକ୍ତ ଆକ୍ସନ ଥ୍ରିଲରରେ ପରିପୂର୍ଣ୍ଣ
Comments are closed.