Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ବିରୋଧରେ ଲୋକାର୍ପିତ ହେଲା ବିଜେପିର ଚାର୍ଜସିଟ୍

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ । ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।  କେତେଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ତିଆରି ହୋଇଛି ଚାର୍ଜସିଟ୍ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି ୨୫ ବର୍ଷ ବିଜେଡ଼ି ସରକାରରେ ଅନ୍ୟାୟ , ଦୁର୍ନୀତି , ଭ୍ରଷ୍ଟାଚାର , ଅଗଣତାନ୍ତ୍ରୀକ ଶାସନ ଵ୍ୟଵସ୍ଥା , ମହିଳା ବିରୋଧୀ ହିଂସା ଆଦିକୁ ଚାର୍ଜସିଟରେ ସ୍ଥାନ ଦେଇଛି ବିଜେପି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ସମସ୍ୟା ମଧ୍ୟ ଚାର୍ଜସିଟରେ ସ୍ଥାନ ପାଇଛି । ସାଧାରଣ ନିର୍ବଚନ ପୂର୍ବରୁ ବିଜେପି ଏହି ଚାର୍ଜସିଟ ଆଣି ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବାକୁ ଯୋଜନା କରିଛି । ଏହି ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି ।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯାଞ୍ଚ ହେବା ନିହାତି ଦରକାର । ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଦିଆଯାଉନଥିବା ବେଳେ ଅଯୋଗ୍ୟ ବ୍ୟକ୍ତିମାନେ ଘର ପାଇ ମାଲାମାଲ ହେଉଛନ୍ତି । ଓଡ଼ିଶାରେ ବର୍ତ୍ତମାନ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଥିବା କହିଛନ୍ତି ଯାଦବ । ଚାର୍ଜସିଟ୍‌ ଲୋକାର୍ପଣ କରିବା ବେଳେ ରାଜ୍ୟବାସୀଙ୍କୁ ଏକ ବଡ଼ ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଭୂପେନ୍ଦ୍ର କହିଛନ୍ତି ଯେ, ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତା ବିଜୁଳି ଦିଆଯାଉଛି? ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି । କିନ୍ତୁ ସେହି ବିଜୁଳି ତାମିଲନାଡୁକୁ ଶସ୍ତାରେ ଯୋଗାଇ ଦିଆଯାଉଛି । ତାମିଲନାଡୁ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ୨.୫୩ ଦେଉଛି । କାହିଁକି ତାମିଲନାଡୁକୁ ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଯାଦବ ।

ସେପଟେ ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି ଯେ, ଗଣତନ୍ତ୍ରରେ ଡରାଇ, ଧମକାଇ ଶାସନ ଚାଲିପାରିବ ନାହିଁ । ଓଡ଼ିଶାରେ ଆଜି ନା ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି ଆଉ ନା ରାଜନୈତିକ ବ୍ୟବସ୍ଥା । ଏବେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମ୍ମାନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨/୪ ଜଣ ମୁଷ୍ଟିମେୟ ଅଫିସର ଆଜି ଆତଙ୍କରାଜ ସୃଷ୍ଟି କରୁଛନ୍ତି । ଆଜି ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ମୁହଁରୁ କଥା ବାହାରୁନି । ଗଣତନ୍ତ୍ରରେ ମନ୍ତ୍ରୀ, ବିଧାୟକ, ସାଂସଦ କ୍ରୀତଦାସ ନୁହଁନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।

Leave A Reply

Your email address will not be published.