Latest Odisha News

BREAKING NEWS

‘ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛି ଶାସକ ଦଳ’

ଭୁବନେଶ୍ୱର: ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ଜରିଆରେ ବିଦ୍ୟୁତ୍ ସଂଯୋଗ କରାଉଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସରକାରୀ ସୁବିଧା ଯୋଗାଇ ଦେବା ସହ ନିଜ ଲୋକଙ୍କୁ ଲଗାଇ ରାସନ୍ କାର୍ଡ ଓ ଅନ୍ୟାନ୍ୟ ଯୋଜନା ପହଞ୍ଚାଇବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ନିର୍ବାଚନ କୋଡ୍ ଅଫ୍ କଣ୍ଡ ଉଲ୍ଲଘଂନ ହେଉଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଦାବି କରିଛି ।

 

Leave A Reply

Your email address will not be published.