Latest Odisha News

BREAKING NEWS

ବନ୍ୟା ପ୍ରପୀଡିତଙ୍କ ପାଇଁ ୧.୫ କୋଟି ଦାନ କଲେ ବାହୁବଳୀ

ହାଇଦ୍ରାବାଦ: ବନ୍ୟା ପୀଡିତଙ୍କ ପାଇଁ ଆଗେଇ ଆସିଲେ ବାହୁବଳୀ । ବନ୍ୟା ଦ୍ୟାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି ।

ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ମାତା ବି.ଏ ରାଜୁ ଘୋଷଣା କରିଛନ୍ତି ଯେ, ହାଇଦ୍ରାବାଦର ବନ୍ୟା ପ୍ରପୀଡ଼ିତଙ୍କୁ ପ୍ରଭାସ ୧.୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପ୍ରଭାସ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିଲେ ।

ପ୍ରଭାସଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିବା ବେଳେ ସାଉଥ ସୁପରଷ୍ଟାର ଜେଆର ଏନଟିଆର ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହା ସହ ସାଉଥ ସୁପରଷ୍ଟାର ନାଗାର୍ଜୁନ ୫୦ଲକ୍ଷ ଏବଂ ଚିରଞ୍ଜୀବୀ ୧କୋଟି ଟଙ୍କା ଦାନ କରିଛନ୍ତି । ହାଇଦ୍ରାବାଦରେ ହୋଇଥିବା ବନ୍ୟା କାରଣରୁ ଗତ କିଛି ଦିନ ମଧ୍ୟରେ ସହରର ପ୍ରାୟ ୩୭,୦୦୦ ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.