Latest Odisha News

BREAKING NEWS

୫ ତାରିଖ ଯାଏଁ ସମସ୍ତ କାର୍ଯ୍ୟକ୍ରମ ବାତିଲ କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଘଟିଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ତାର ସମସ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୫ ତାରିଖ ଯାଏଁ ବାତିଲ କରିଦେଇଛି ।
ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ୩ ଦିନିଆ ଅବିଭକ୍ତ କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଏହି ରେଳ ଦୁର୍ଘଟଣା ଖବର ଶୁଣି ସେ ବ୍ରହ୍ମପୁରରୁ ଫେରି ଆସିଥିଲେ ।

ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ରାଜ୍ୟ ସଭାପତିଙ୍କ ସହ ଦୁର୍ଘଟଣା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିସହ ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ସହାୟତା କେନ୍ଦ୍ର ଖୋଲି ଚିକିତ୍ସିତ ଯାତ୍ରୀମାନଙ୍କ ସଂପର୍କୀୟ ଓ ବନ୍ଧୁଜନଙ୍କୁ ରକ୍ତ, ଔଷଧ, ରିଲିଫ ଏବଂ ଆବଶ୍ୟକୀୟ ସହାୟତା କରିବା ପାଇଁ ମଧ୍ୟ କହିଥିଲେ । ସାମଲ ପ୍ରଥମେ କଟକ ଏସସିବି ମେଡିକାଲ ଯାଇ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ ଭଦ୍ରକ, ସୋର, ବାଲେଶ୍ୱର ଯାଇ ମେଡିକାଲରେ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିଥିଲେ । ଏହା ପରେ ଦୁର୍ଘଟଣାସ୍ଥଳକୁ ଯାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.