Latest Odisha News

BREAKING NEWS

ବିରୋଧୀଙ୍କ ଇସ୍ତଫା ଦାବିର ଜବାବ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛନ୍ତି । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିବା ବେଳେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମୟ ରାଜନୀତି କରିବାର ନୁହେଁ । ବର୍ତ୍ତମାନ ସମୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର । ଆମର ସମସ୍ତ ଫୋକସ୍ ଉଦ୍ଧାର କାର୍ଯ୍ୟ ଉପରେ ରହିଛି । ସମସ୍ତ ସାମର୍ଥ୍ୟର ସହ କାର୍ଯ୍ୟ କରୁଛୁ । ମୁଁ କୁଆଡ଼େ ଯାଉ ନାହିଁ, ଏଇଠି ଅଛି । ଉଦ୍ଧାର କାର୍ଯ୍ୟ ବହୁତ ଜୋରସୋରରେ ଚାଲିଛି ।

ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଗସ୍ତ ବେଳେ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦ୍ରୁତଗତିରେ କାମ କରିବାକୁ କହିଛନ୍ତି । ଘଟଣାର ଯାଞ୍ଚ ପରେ ପଦକ୍ଷେପ ନିଆଯିବ । ୧୫ରୁ ୨୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ । ଏଥିସହ କବଚ ସୁରକ୍ଷା ପ୍ରଣାଳୀ ଉପରେ ମଧ୍ୟ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି ।

କହିଛନ୍ତି, ଦୁର୍ଘଟଣାକୁ ରୋକିବା ଉପକରଣ କଥା ନୁହେଁ । ତଦନ୍ତ ରିପୋର୍ଟ ଆସୁ, ସବୁକିଛି ସ୍ପଷ୍ଟ ହୋଇଯିବ । ଇସ୍ତଫା ଦାବି ପ୍ରସଙ୍ଗରେ କହିଛନ୍ତି, ଯେଉଁଭଳି ଦୁର୍ଘଟଣା ଘଟିଛି ଏଥିପ୍ରତି ସମସ୍ତଙ୍କ ସମ୍ବେଦନା ଆବଶ୍ୟକ । ସମସ୍ତଙ୍କ ଫୋକସ୍ ଉଦ୍ଧାର ଓ ରିଲିଫ୍ ଉପରେ ରହିଛି ।

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।

Leave A Reply

Your email address will not be published.