Latest Odisha News

ଦଶମନ୍ତପୁର ବ୍ଲକରେ ବିଜେପି ପ୍ରାର୍ଥୀ କୈଳାସ କୁଲେସିକାଙ୍କ ରୋଡ୍ ସୋ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଛି । ଶ୍ରୀ କୁଲେସିକା ଏହି ନିର୍ବାଚନମଣ୍ଡଳୀରୁ ୨୦୧୯୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ହେମା ଗମାଙ୍ଗୁ ହରାଇ ଜିତିଥିଲେ ।

ସେହିପରି ୨୦୧୯ରେ ଏଠାରେ ପ୍ରଭୁ ଜାନୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇ କୈଳାସ କୁଲେସିକା ମାତ୍ର ୨୨୯ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ତେବେ କୈଳାସ ପ୍ରାୟ ୩ ବର୍ଷ ପୁର୍ବେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲା ବେଳେ ଆଶାବାନ୍ଧି ଥିଲେ ଏଠାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି, କିନ୍ତୁ ଦଳ ଏଠାରେ ବିଧାୟକ ପ୍ରଭୁ ଜାନୀଙ୍କ ଉପରେ ଭରସା କରିଥିବା ବେଳେ କୈଳାସଙ୍କୁ ନିରାଶ କରିଥିଲା ।

ଫଳରେ ସେ ସପ୍ତାହକ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିବା ସହିତ ବିଜେପି ଶ୍ରୀ କୁଲେସିକା ଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ଶ୍ରୀ କୁଲେସିକା ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକରେ ଏକ ରୋଡ୍ ସୋ ସହିତ ମୋଟର ସାଇକେଲ ରାଲି କରି ପତିଆରା ଜାହିର୍ କରିଥିବା ବେଳେ ବିଜେଡିର ଦୁର୍ନୀତି ଓ ଭ୍ରଷ୍ଟାଚାର କହିବା ସହିତ ବିଧାୟକ ପ୍ରାର୍ଥୀ କୈଳାସ କୁଲେସିକାଙ୍କ ସହିତ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀଙ୍କୁ ଜିତାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କହିଥିଲେ ।

ସେହିପରି ଶନିବାର ଦଶମନ୍ତପୁର ବ୍ଲକରେ ମଧ୍ଯ ଏକ ବିରାଟ ଶୋଭାଯାତ୍ରା କରି ପ୍ରଭୁ ଜାନୀଙ୍କ ଗଡରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଠାରେ ଶ୍ରୀ କୁଲେସିକାଙ୍କ ସହିତ ସାଂସଦ ପ୍ରାର୍ଥୀ କାଲିରାମ ମାଝି ଜିଲ୍ଲା ଓ ବ୍ଲକ କର୍ମକର୍ତ୍ତାଙ୍କ ସହିତ ହଜାର ହଜାର ସଂଖ୍ୟାରେ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ସୂଚନାଯୋଗ୍ୟ ଉକ୍ତ ବ୍ଲକ ଟି ହେଉଛି ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କ ବ୍ଲକ ଶନିବାର ଏଭଳି ଜନସମାଗମକୁ ଦେଖି ଶ୍ରୀ ଜେନା ହାଟ ବିଟ୍ ବଢ଼ି ଯାଇଥିବା ଆଲୋଚନା ହେଉଛି । ସୂଚନାଯୋଗ୍ୟ ଏଠାରେ ୧୮ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିଲା ବେଳେ ଶେଷ ତାରିଖ ୨୫ ଓ ମେ ୧୩ ତାରିଖରେ ଭୋଟ ହେବ ।

Leave A Reply

Your email address will not be published.