Latest Odisha News

BREAKING NEWS

ଆପଣ ଭୋଟ୍ ଦିଅନ୍ତୁ ମୁଁ ପାଣିଦେବି କହି ଅଡୁଆରେ ଫସିଲେ ଡିକେ ଶିବକୁମାର

ବେଙ୍ଗାଲୁରୁ: ଅଡୁଆରେ ଫସିଲେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ନିର୍ବାଚନୀ ପ୍ରଚାର ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁରେ ପ୍ରଚାର ବେଳେ ସେ କହିଛନ୍ତି ଯେ, ତାଙ୍କୁ ଭୋଟ୍ ଦେଲେ ତା ପ୍ରତିବଦଳରେ ସେ ପାଣି ଦେବେ ।

ବେଙ୍ଗାଲୁରୁ ଗ୍ରାମୀଣରୁ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ତେବେ ଶିବକୁମାର ତାଙ୍କ ଭାଇଙ୍କ ପାଇଁ ପ୍ରଚାର କରିବା ସମୟରେ ସେ ଲୋକଙ୍କୁ କହିଛନ୍ତି ଯେ, ଯଦି ଡିକେ ସୁରେଶଙ୍କୁ ଭୋଟ୍ ଦେବେ, ତାହେଲେ କାବେରୀ ନଦୀରୁ ସମସ୍ତଙ୍କୁ ପାଣି ଯୋଗାଇଦିଆଯିବ । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ସାମ୍ନାକୁ ଆସିଥିବା ଭିଡିଓରେ ଶିବକୁମାର ସ୍ପଷ୍ଟ ଭାବେ ଗୋଟିଏ ହାଉସିଂ ସୋସାଇଟିକୁ କହୁଛନ୍ତି ଯେ ‘ମୁଁ ଏଠାରେ ଗୋଟିଏ ବିଜନେସ ମିଟିଂ ପାଇଁ ଆସିଛି । ଆପଣମାନେ କାବେରୀ ପାଣି ଚାହୁଁଛନ୍ତି । ଅନ୍ୟ ସମସ୍ତ ପ୍ରସଙ୍ଗ ଛୋଟ । ଯଦି ମୁଁ ଆପଣମାନଙ୍କୁ ପାଣି ଯୋଗାଇଦେବି, ତା’ହେଲେ ଆପଣମାନେ ମୋ ପାଇଁ କ’ଣ କରିବେ? ମୁଁ କମିଶନରଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଛି’ ।

ସେ ଆହୁରି କହିଛନ୍ତି ଯେ, ‘ଆପଣମାନେ ଭୋଟ୍ ଦେବା ନେଇ ମୋତେ ବିଶ୍ୱାସ ଦେବେ ତେବେ ମୁଁ ଆପଣଙ୍କ କଥା ବୁଝିବି । ଆପଣ ପ୍ରାର୍ଥୀଙ୍କ ଆଧାରରେ ନୁହେଁ ବୁଥ୍ ଅନୁସାରେ ଭୋଟ୍ ଦେଉଛନ୍ତି । ମୁଁ ଡିସିଏମ୍, ବିଡିଏ, ବେଙ୍ଗାଲୁରୁ ଏବଂ ଜଳ ମନ୍ତ୍ରୀ – ମୁଁ ଏଠାରେ ସର୍ବେସର୍ବା । ସବୁକିଛି ଆପଣଙ୍କ ପକେଟରେ ଅଛି । ମୁଁ ଆପଣଙ୍କ ଘରକୁ ଆସିଛି, ମୋତେ ବ୍ୟବହାର କରନ୍ତୁ, ଏବଂ ମୋତେ ଭୋଟ୍ ଦିଅନ୍ତୁ, ମୁଁ ଦୁଇ-ତିନି ମାସ ମଧ୍ୟରେ ଏହି କାମ ସାରିବି ।

ତେବେ ଗତ ଦୁଇ ମାସ ଧରି ବେଙ୍ଗାଲୁରୁବାସୀ ଜଳ ସଙ୍କଟ ଦେଇ ଗତି କରୁଛନ୍ତି । ବେଙ୍ଗାଲୁରୁ ମୁଖ୍ୟତଃ ଏହାର ଜଳ ଯୋଗାଣକୁ ଦୁଇଟି ଉତ୍ସରୁ ପାଇଥାଏ – ଗୋଟିଏ କାବେରୀ ନଦୀ ଏବଂ ଭୂତଳ ଜଳ ।

ଯାହାକୁ ନଜରରେ ରଖି ଏବେ ଡିକେ ଶିବକୁମାର କାବେରୀ ପାଣି ପାଇଁ ଲୋକଙ୍କ ଆଗରେ ଭୋଟ ଦେବାକୁ ସର୍ତ୍ତ ରଖିଛନ୍ତି । କର୍ଣ୍ଣାଟକାରେ ଆସନ୍ତା ଏପ୍ରିଲ ୨୬ ଓ ମେ’ ୭ରେ ଦୁଇଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.