Latest Odisha News

BREAKING NEWS

ବିଜେପି ପାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏହି ୫ ମହିଳା, ଗତ ନିର୍ବାଚନରେ ହରାଇଥିଲେ ଏହି ମାନଙ୍କୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗତକାଲି ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ନିର୍ବାଚନ ଲଢିବେ । ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେଥିମଧ୍ୟରୁ ୫ ଜଣ ମହିଳା ପ୍ରାର୍ଥୀଙ୍କୁ ବିଜେପି ତାର ପ୍ରଥମ ତାଲିକାରେ ସ୍ଥାନ ଦେଇଛି। ଏଥିମଧ୍ୟରେ ମଥୁରା ଲୋକସଭା ଆସନରୁ ହେମା ମାଳିନୀ, ଧୌରହରା ଆସନରୁ ରେଖା ବର୍ମା, ଅମେଠିରୁ ସ୍ମୃତି ଇରାନୀ, ଫତେହପୁରର ସାଧୱୀ ନିରଂଜନ ଜ୍ୟୋତି ଏବଂ ଲାଲଗଞ୍ଜରୁ ନୀଲମ ସୋନକର ରହିଛନ୍ତି।

ବଲିଉଡର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀଙ୍କୁ ତୃତୀୟ ଥର ପାଇଁ ମଥୁରା ଲୋକସଭା ଆସନରୁ ବିଜେପି ଛିଡା କରେଇଛି । ସେ ୨୦୧୪ ଲୋକସଭା ନିର୍ବାଚନରେ ​​ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କୁ ପରାସ୍ତ କରିଥିଲେ । ସେହିପରି ୨୦୧୯ ନିର୍ବାଚନରେ ହେମା ମାଲିନି ସପା-ଆରଏଲଡି ମହାମେଣ୍ଟ ପ୍ରାର୍ଥୀ ନରେନ୍ଦ୍ର ସିଂଙ୍କୁ ପରାସ୍ତ କରିଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ଅମେଠୀ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ । ତେବେ ସେହି ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ସତ୍ତ୍ୱେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ପୁଣିଥରେ ଅମେଠୀର ପ୍ରାର୍ଥୀ ଘୋଷଣା କରିଥିଲେ | କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରଥମ ନିର୍ବାଚନରେ ​​ହାରିଥିବା ସ୍ମୃତି ଇରାନୀ ସେହିବର୍ଷ ରାହୁଲଙ୍କୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେଥିପାଇଁ ବିଜେପି ପୁଣିଥରେ ତାଙ୍କ ଉପରେ ଭରଷା କରି ଏଥର ମଧ୍ୟ ପାର୍ଥୀ ଘୋଷଣା କରିଛି ।

ଫତେହପୁରର ସାଂସଦ ସାଧୱୀ ନିରଂଜନ ଜ୍ୟୋତିଙ୍କୁ ମଧ୍ୟ ତୃତୀୟ ଥର ପାଇଁ ଫତେହପୁରର ପାର୍ଥୀ ଘୋଷଣା କରିଛି ବିଜେପି । ସାଧୱୀ ନିରଂଜନ ଜ୍ୟୋତି କେନ୍ଦ୍ରରେ ମୋଦୀ ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ୨୦୧୯ରେ ସାଧୱୀ ସପା-ବିଏସପି ମହାମେଣ୍ଟର ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ।

ଧୌରହରା ଲୋକସଭା ଆସନରୁ ଲଗାତର ଦୁଇଥର ସାଂସଦ ହୋଇଥିବା ରେଖା ବର୍ମା ବିଜେପି ସଂଗଠନରେ ନିଜର ସ୍ଥିତିକୁ ନିରନ୍ତର ଭାବେ ମଜବୁତ କରିଛନ୍ତି। ତାଙ୍କୁ ଗତ ବର୍ଷ ଦ୍ୱିତୀୟ ଥର ପାଇଁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଥିଲା । ରେଖା ବର୍ମା ମଧ୍ୟ ଉତ୍ତରାଖଣ୍ଡର ପ୍ରଭାରୀ ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

ପୂର୍ବତନ ସାଂସଦ ନୀଲମ ସୋନକରଙ୍କୁ ଲାଲଗଞ୍ଜର ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨୦୧୪ ରେ ସାଂସଦ ଥିବା ନୀଲମ ସୋନକରଙ୍କୁ ୨୦୧୯ ନିର୍ବାଚନରେ ସପା-ବିଏସପି ମହାମେଣ୍ଟଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ୨୦୧୯ ନିର୍ବାଚନରେ ​​ସେ ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଭୋଟ୍ ପାଇଥିଲେ। ଏହା ସତ୍ତ୍ଵେ ମଧ୍ୟ ସେ ନିର୍ବାଚନରେ ​​ହାରିଥିଲେ ।

 

Leave A Reply

Your email address will not be published.