Latest Odisha News

BREAKING NEWS

ପେଟ ସହ ଚର୍ମ ପାଇଁ ମଧ୍ୟ କ୍ଷତି ସାବ୍ୟସ୍ତ ହୋଇଥାଏ ଏହି ଛଣା ଖାଦ୍ୟ

ଭୁବନେଶ୍ଵର: ଛଣାଛଣି ଖାଦ୍ୟ, ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଏହା ପାଟିକୁ ଯେପରି ସ୍ଵାଦ ଲାଗେ ଦେଖିବାକୁ ବ ସେତିକି ଭଲ ଲାଗେ । ପାଗ ଯେମିତି ବ ହେଉ ନା କାହିଁକି ଆଉ ସମୟ ଯାହା ବି ହେଉ ନା କାହିଁକି । ଆଖ ପାଖରେ ଯାଦି ବରା, ପିଆଜି, ସିଙ୍ଗଡା ଆଦି ଛଣା ହେଉଥିବାର ବାସ୍ନା ଆସିଯାଏ ତେବେ ତ କଥା ସରିଲା । ମନକୁ ଆୟତ୍ତ କରିବା ସେତେବେଳେ କାଠି କର ପାଠ ହୋଇଯାଏ । ତେବେ ଆପଣମାନେ ତ ଏଇଟା ବ ନିଶ୍ଚୟ ଜାଣିଥିବେ ଯେ ଏହି ଛଣାଛଣି ଖାଦ୍ୟକୁ ସବୁଦିନ ଖାଇବା ଦ୍ଵାରା ଆମକୁ ଅନେକ ରୋଗର ସମ୍ମୁଖିନ ହେବାକୁ ପଡିଥାଏ । ପେଟ ସମସ୍ୟା ବଢିଥାଏ । କେବଳ ପେଟ ସମସ୍ୟା ନୁହେଁ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ବା ଛଣାଛଣି ଖାଦ୍ୟ ଖାଇବା ଦ୍ଵାରା ଆମର ଚର୍ମ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହିପରି ଖାଦ୍ୟରେ ଅଧିକ ପରିମାଣର ତେଲ, ଲୁଣ ଏବଂ ଚିନି ରହିଥାଏ, ଯାହା ଆପଣଙ୍କ ତ୍ୱଚାକୁ ଶୁଷ୍କ କରିଦିଏ । ଏଥିସହ କେବଳ ଏତିକି ନୁହେଁ, ଏହି ଖାଦ୍ୟଗୁଡ଼ିକ ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟା ମଧ୍ୟ ବଢାଇପାରେ ।

ଛଣାଛଣି ଖାଦ୍ୟରେ ଅଧିକ ପରିମାଣର ଟ୍ରାନ୍ସ ଫ୍ୟାଟ୍ ଥାଏ, ଯାହା ଚର୍ମରୁ ଆର୍ଦ୍ରତା ଦୂର କରିଥାଏ | ଏହି କାରଣରୁ, ଚର୍ମ ଶୁଷ୍କ ଦେଖାଯିବା ଆରମ୍ଭ କରେ । ଏହି ଫ୍ୟାଟ ଗୁଡ଼ିକ କେବଳ ଆପଣଙ୍କ ଚର୍ମର ସ୍ୱାସ୍ଥ୍ୟକୁ ନଷ୍ଟ କରିନଥାଏ, ବରଂ ତ୍ଵଚାର ଚମକତାକୁ ମଧ୍ୟ ଦୁର କରିଥାଏ | ଏହି ଖାଦ୍ୟରେ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇଥାଏ । ଏହା ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟା ସୃଷ୍ଟି କରିପାରେ | ତେଣୁ, ଏହି ଖାଦ୍ୟଗୁଡିକ କମ୍ ଖାଇବା ଉଚିତ୍ ଯାହାଦ୍ୱାରା ଚର୍ମ ସୁସ୍ଥ ଏବଂ ପରିଷ୍କାର ରହିବ |

ଛଣାଛଣି ଖାଦ୍ୟ ଅଧିକ ଖାଇବା ଦ୍ୱାରା ଶରୀରରେ ମୁକ୍ତ ରେଡିକାଲ ଗୁଡିକ ବୃଦ୍ଧି ହୁଏ, ଯାହା ଆମ ଚର୍ମର କୋଲାଜେନ୍ କୁ ଦୁର୍ବଳ କରିଥାଏ | ଏହା ଚର୍ମର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ, ଯେଉଁ କାରଣରୁ ତ୍ଵଚାରେ କୁଞ୍ଚନ ଏବଂ ଫାଇନ ଲାଇନ ଶୀଘ୍ର ଦେଖାଯିବା ଆରମ୍ଭ କରେ | ଏହି ଖାଦ୍ୟଗୁଡ଼ିକରେ ଚର୍ମ ଆବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ନଥାଏ । ଅଧିକ ଲୁଣ ଏବଂ ଚିନି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଡିହାଇଡ୍ରେଟ୍ ହୋଇପାରେ, ଯେଉଁ କାରଣରୁ ଚର୍ମ ଶୁଷ୍କ ଦେଖାଯାଏ ।

 

Leave A Reply

Your email address will not be published.