Latest Odisha News

ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଉପାସନାଙ୍କ ବାଜିମାତ୍

ବ୍ରହ୍ମଗିରି: ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ବିଜୟୀ । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କଲେ ଉପାସନା ।

ଦିବଙ୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଏଥର ମଇଦାନକୁ ଓହ୍ଲାଇଥିଲା ବିଜେପି । ଗତଥର ଦାଦା ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିଥିଲେ । ଏଥର ଉପାସନା ନିର୍ବାଚନ ଜିତିଛନ୍ତି । ଲୁଲୁଙ୍କ ଲିଗାସିକୁ ଆଗକୁ ନେଇଛନ୍ତି ଉପାସନା । ବ୍ରହ୍ମଗିରି ବର୍ଷ ବର୍ଷ ଧରି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ରାଜନୈତିକ ପତିଆରାର ଲଢେଇ ଦେଖିଛି । ଲୁଲୁ କଂଗ୍ରେସ ଟିକେଟରୁ ବ୍ରହ୍ମଗିରିରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ଓ ୨୦୧୪ରେ ବାଜି ମାରି ନେଇଥିଲେ ସଂଜୟ ଦାସବର୍ମା । ଲୁଲୁଙ୍କ ପରଲୋକ ପରେ ତାଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଉପାସନା ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଲଳିତେନ୍ଦୁ ବିଜେପି ପ୍ରାର୍ଥୀ ଭାବେ ଲଢି ସଂଜୟ ଦାସବର୍ମାଙ୍କୁ ମାତ୍ ଦେଇଥିଲେ । ଏଥର ଉପାସନା ଦାଦାଙ୍କ ବିଜୟ ରଥକୁ ଆଗକୁ ବଢାଇଛନ୍ତି । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କରି ବାଜିମାତ୍ କରିଛନ୍ତି ଉପାସନା ।

Comments are closed.