Latest Odisha News

BREAKING NEWS

ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା, ଫୋକସରେ ଓଡ଼ିଶା ପ୍ରାର୍ଥୀ ପ୍ରସଙ୍ଗରେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା । ଏହି ତାଲିକାରେ ୫ରାଜ୍ୟର ପାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇପାରେ । ସେହି ୫ ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ । ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା । ସବୁ ଆସନରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିର ପଞ୍ଚମ ପାର୍ଥୀ ତାଲିକାକୁ ନେଇ ଆଲୋଚନା କରାଯାଇଥିଲା । ଆସିବାକୁ ଥିବା ତାଲିକାରେ ପାଖାପାଖି ୧୫୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବ କେନ୍ଦ୍ରୀୟ ନିର୍ବାଚନ କମିଟି । ପାର୍ଟୀ ସୁତ୍ରରୁ ପ୍ରକାଶ ଯେ, ୟୁପିର ଶେଷ ୨୪ ଆସନ ମଧ୍ୟରୁ ୧୦ ଆସନ ପାଇଁ ପାର୍ଥୀ ଚୟନ କରାଯାଇଛି । ଗାଜିଆବାଦରୁ ଅତୁଲ ଗର୍ଗ, ମେରଠରୁ ଅରୁଣ ଗୋଭିଲ, ସହାରନପୁରରୁ ରାଘବ ଲଖନପାଲ ଏବଂ ମୁରାଦାବାଦରୁ କୁନୱର ସର୍ବେଶ ସିଂଙ୍କ ନାମ ତାଲିକାରେ ରହିଛି ।

ସେହିପରି ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଆସିବାର ସମ୍ଭାବନା ରହିଛି । ସମସ୍ତ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ। ଅନ୍ୟପଟେ ରାଜସ୍ଥାନର ୮ଟି, ପଶ୍ଚିମବଙ୍ଗର ୨୦ଟି ଲୋକସଭା ଆସନ ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.