Latest Odisha News

BREAKING NEWS

ବିଜେପି ଓ କଂଗ୍ରେସ ନେତାଙ୍କ ଷଡଯନ୍ତ୍ର ହିଁ ମୋ ପରାଜୟର କାରଣ: ଜର୍ଜ ତିର୍କୀ

ସୁନ୍ଦରଗଡ : କଂଗ୍ରେସର ବରିଷ୍ଠ ନେତା ଜର୍ଜ ତିର୍କୀ ନିଜ ପରାଜୟ ଲାଗି ବୁଧବାର ଦିନ ବିଜେପି ଓ ତାଙ୍କ ଦଳୀୟ ପାର୍ଟିର କିଛି ନେତାଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରକୁ ଦାୟୀ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଶ୍ରୀଯୁକ୍ତ ତିର୍କୀ କହିଛନ୍ତି, ୨୦୧୪ ମସିହାରେ ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ପ୍ରାୟ ୩.୩ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । ସେତେବେଳେ ଜୁଏଲଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିଲେ । ଏଥିସହିତ ବିଜେପି ନେତା ଦିଲ୍ଲୀପ ରାୟ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କିମ୍ବା ଶ୍ରୀଯୁକ୍ତ ରାୟ କେହି ବି ଜୁଏଲଙ୍କ ପାଇଁ ପ୍ରଚାର କରିନଥିଲେ ମଧ୍ୟ ସେ ପ୍ରାୟ ୫.୬ ଲକ୍ଷ ଭୋଟ ହାସଲ କରିଛନ୍ତି । ଏହା କିପରି ସମ୍ବବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀଯୁକ୍ତ ତିର୍କୀ? ଚଳିତ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ କଂଗ୍ରେସ ହାରିବାର ପ୍ରଶ୍ନ ହିଁ ଉଠୁନି । ତେବେ ବିଜେପି ଇଭିଏମ୍ ହ୍ୟାକ୍ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ରାଜ୍ୟ କଂଗ୍ରେସ କମିଟି (ପିସିସି) ଓ ଜିଲ୍ଲା କ୍ରଗ୍ରେସ କମିଟି (ଡିସିସି)ର କିଛି ବରିଷ୍ଠ ନେତା ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । “ଏନେଇ ପିସିସି ମିଟିଂରେ ମୁଁ ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହି ଷଡଯନ୍ତ୍ରକାରୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ମଧ୍ୟ କରିଛି” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଜର୍ଜ ତୀର୍କି କହିଛନ୍ତି ।

 

Leave A Reply

Your email address will not be published.