Latest Odisha News

BREAKING NEWS

ଗୋରଖପୁରରୁ ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୦୭ ଜଣ ପ୍ରାର୍ଥୀଙ୍କ ନାଁ ପ୍ରଥମ ତାଲିକାରେ ଘୋଷଣା କରିଛି । ହେଲେ ଏଥର ଅଯୋଧ୍ୟାରୁ ନୁହେଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁରୁ ନିର୍ବାଚନ ଲଢିବେ ।

ଏହି ତାଲିକାରେ ପ୍ରଥମ ପର୍ଯ୍ୟ୍ୟାରେ ୪୮ ଜଣ ପ୍ରାର୍ଥୀ ଅଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଜି ଆମେ ପ୍ରଥମ ପର୍ଯ୍ୟାୟରେ ୫୮ ଟି ସିଟ ମଧ୍ୟରୁ ୫୭ ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଟି ସିଟ ମଧ୍ୟରୁ ୪୮ ଟି ସିଟ ଘୋଷଣା କରିଛୁ ।

ଅବଶିଷ୍ଟ ଆସନ ଗୁଡିକ ଦଳୀୟ ବୋର୍ଡର ବୈଠକରେ ଆଲୋଚନା କରାଯାଇ ଡିକ୍ଲାର କରାଯିବ । ବହୁବାର ଆଲୋଚନା କରାଯିବା ପରେ ଏପରି ନିଷ୍ପତି ନିଆଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Comments are closed, but trackbacks and pingbacks are open.