Latest Odisha News

BREAKING NEWS

ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସରକାରଙ୍କୁ ଦାନ କଲେ କୋଟି କୋଟି ଟଙ୍କାର ସମ୍ପତି

ଶିମଲା: ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ହିମାଚଳ ପ୍ରଦେଶର ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କଂୱର କୋଟି କୋଟି ଟଙ୍କାର ସମ୍ପତି ସରକାରଙ୍କୁ ଦାନ କରି ଦେଇଛନ୍ତି । ରାଜେନ୍ଦ୍ରଙ୍କ ପତ୍ନୀ କୃଷ୍ଣା କଂୱର ଶିକ୍ଷା ବିଭାଗ ସହ ଜଡିତ ଥିଲେ । ବର୍ଷେ ତଳେ ତାଙ୍କର ନିଧନ ହୋଇଥିଲା । ଏହି ଦମ୍ପତିଙ୍କର କୌଣସି ସନ୍ତାନ ନ ଥିଲେ । ମୃତ୍ୟୁ ପୂର୍ବରୁ କୃଷ୍ଣା ସେମାନଙ୍କ ସମ୍ପତିକୁ ଦାନ କରିଦେବା ପାଇଁ କହିଥିଲେ ।

ରାଜେନ୍ଦ୍ର ତାଙ୍କ କଥା ରଖିଥିଲେ । ସରକାରଙ୍କୁ ଏହା ଦାନ କରିବା ସମୟରେ ସେ ତାଙ୍କ ଘରକୁ ବୃଦ୍ଧାଶ୍ରମରେ ପରିଣତ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ହାଇୱେ ନିକଟରେ ଥିବା ଜମିକୁ ବିକ୍ରି କରି ସେମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ଅନୁରୋଧ କରିଥିଲେ । ଏବେ ରାଜେନ୍ଦ୍ର ଏକୁଟିଆ ତାଙ୍କ ଜୀବନ ଶାନ୍ତିରେ ବିତାଉଛନ୍ତି ।

Comments are closed, but trackbacks and pingbacks are open.