Latest Odisha News

BREAKING NEWS

ରାଜ୍ୟରେ ମନ୍ଦିର ଖୋଲିବେ କେବେ, ଘୋଷଣା କରନ୍ତୁ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟରେ କେବେ ଖୋଲିବ ମନ୍ଦିର ? ସରକାର ମନ୍ଦିର ଖୋଲିବା ନେଇ ଘୋଷଣା କରନ୍ତୁ । ଏହି ଦାବି ରଖିଛି ରାଜ୍ୟ ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦ କହିଛନ୍ତି, ମାଆ ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲିଛି । ନୀତି ନିୟମ ଭିତରେ ଦର୍ଶନ ଚାଲିଛି । ବାଲାଜୀ ମନ୍ଦିରରେ ଏବେ ଦିନକୁ ୨ ହଜାର ଭକ୍ତ ଦର୍ଶନ କରୁଛନ୍ତି ।

ବିଜେପି ପ୍ରଶ୍ନ କରିଛି, ଓଡିଶାରେ ଭଗବାନଙ୍କଠାରୁ ଭକ୍ତଙ୍କୁ ଦୁରେଇ ରଖିବାର ଆବଶ୍ୟକତା କଣ ଅଛି ? ଲୋକଙ୍କର ଭାବନା ଓ ଅଧିକାର ଉପରେ ଖେଳିବାର ଅଧିକାର କାହାର ନାହିଁ । ପୂଜକ ଓ ବ୍ରାହ୍ମଣମାନଙ୍କ ପାଖରେ ଚଳିବାକୁ ଅର୍ଥ ନାହିଁ । ସେମାନଙ୍କ ପ୍ରତି ରାଜ୍ୟ ସରକଙ୍କ ପ୍ରତିବଦ୍ଧତା ଦେଖାନ୍ତୁ ।

ମନ୍ଦିର ଖୋଲିବା ଓ ପୂଜାର୍ଚ୍ଚନା ରେ ଜଡିତ ଲୋକଙ୍କ ଲାଗି ଗାଇଡଲାଇନ୍ ଜାରି କରାଯାଉ ବୋଲି କହିଛି ବିଜେପି । କୋର୍ଟ କହିବା ପରେ ବି ମନ୍ଦିର ଖୋଲୁନି । ବିଜେପି କହିଛି, ଲୋକଙ୍କ ଆସ୍ଥା ସହ ନ ଖେଳନ୍ତୁ ସରକାର । କଟକଣା ଭିତରେ ଖୋଲୁ ରାଜ୍ୟର ସବୁ ମନ୍ଦିର ।

Leave A Reply

Your email address will not be published.