Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ପଶୁ ଆଗରେ ପଶୁ ପାଲଟିଲା ମଣିଷ !

ପଂଜାବ: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଦୃଶ୍ୟ । ପଶୁ ଆଗରେ ପଶୁ ପାଲଟିଲା ମଣିଷ । ପଂଜାବର କାପୁରତାଲା ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ଜଣେ ବ୍ୟକ୍ତି ଏକ ବିଦେଶୀ କୁକୁରକୁ ଗାଡିରେ ଚାପି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଭିଡିଓରେ ବ୍ୟକ୍ତି ଜଣକ ପ୍ରଥମେ କୁକୁରଟିକୁ ଗାଡି ଆଗରେ ଶୁଆଇଦେଇଥିଲେ । ପରେ ଖୋଦ ନିଜେ ଗାଡି ଚଳାଇ ସେହି କକୁରକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଶେଷରେ ସ୍ଥାନୀୟ ପୋଲିସ ଆକ୍ସନ୍ ମୋଡକୁ ଆସିଥିବା ନେଇ ଟୁଇଟ୍ କରିଥିଲେ ।

ରିପୋର୍ଟରୁ ଜଣାପଡିଛି ଅଭିଯୁକ୍ତ ଜଣକ ହେଲେ ଗୁରିନ୍ଦର ସିଂ । ପେଶାରେ ବ୍ୟକ୍ତି ଜଣକ କୁକୁର ଫାର୍ମ କରିଥିବାବେଳେ ଡଗ୍ ଫାଇଟ୍ ପାଇଁ ବିଭିନ୍ନ ପ୍ରଜାତିର କୁକୁର ବିକ୍ରୟ କରିଥାନ୍ତି । ଯେତେବେଳେ ଯେଉଁ କୁକୁର ଅଦରକାରୀ ହୋଇପଡେ ଅଭିଯୁକ୍ତ ଗୁରିନ୍ଦର ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥାନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗାଡି ତଳେ ଚାପି ହବା ଫଳରେ କୁକୁରଟି ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାୟ ୩୦ମିନିଟ୍ ପରେ ପ୍ରାଣ ହରାଇଥିଲା ।

Leave A Reply

Your email address will not be published.