Latest Odisha News

ମୋର୍ବି ଘଟଣାରେ ଚର୍ଚ୍ଚିତ ପୂର୍ବତନ ବିଧାୟକଙ୍କୁ ନିର୍ବାଚନ ଟିକେଟ୍ ଦେଲା ବିଜେପି

ଗୁଜରାଟ : ଲୋକଙ୍କୁ ବଞ୍ଚାଇବାକୁ ମାଛୁ ନଦୀକୁ ଡେଇଁଥିଲେ । ଏବେ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ପାଇଲେ । ସେ ହେଉଛନ୍ତି ଗୁଜରାଟର ପୂର୍ବତନ ବିଧାୟକ କାନ୍ତିଲାଲ ଅମୃତିଆ । ମୋର୍ବି ଝୁଲା ପୋଲରୁ ନଦୀଗର୍ଭକୁ ଖସିପଡିଥିଲେ ଲୋକେ । କେବଳ ଦେଖଣାହାରୀ ନହୋଇ ଉଦ୍ଧାରକର୍ତ୍ତା ହୋଇଥିଲେ କାନ୍ତିଲାଲ୍ । ନିଜେ ଟ୍ୟୁବ୍ ଧରି ନଦୀଗର୍ଭକୁ ଡେଇଁପଡିଥିଲେ । ଏବେ ବିଜେପି ତାଙ୍କୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଛି  ।

ପରୋପକାର କରି ସେ ଲୋକଙ୍କ ହୃଦୟ ଜିତିଛନ୍ତି । ଗତକାଲି ବିଜେପିର କେନ୍ଦ୍ରୀୟ ଚୟନ କମିଟି ତାଙ୍କ ନାମରେ ମୋହର ମାରିଛି । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ଡିସେମ୍ୱର ୧ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ  ପାଇଁ ଡିସେମ୍ୱର ୫ ତାରିଖରେ ଭୋଟ୍ ଗ୍ରହଣ ହେବ । ଡିସେମ୍ୱର ୮ ତାରିଖରେ ଫଳାଫଳ ଘୋଷଣା ହେବ । ଗୁଜରାଟରେ ବର୍ତ୍ତମାନ ମୋଟ ୪.୯୦ କୋଟି ଭୋଟର ଅଛନ୍ତି । ଏଥିରୁ ୨.୫୩ କୋଟି ପୁରୁଷ, ୨.୩୭ କୋଟି ମହିଳା ଓ ୧୪୧୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ୩.୨୪ ଲକ୍ଷ ନୂଆ ଭୋଟର ଅଛନ୍ତି । ଭୋଟ୍ ଗ୍ରହଣ ପାଇଁ ମୋଟ ୫୧ ହଜାର ୭୮୨ କେନ୍ଦ୍ର ପ୍ରସ୍ତୁତ ହୋଇଛି । ୧୮୨ଟି ମଡେଲ୍ ଭୋଟ୍ କେନ୍ଦ୍ର ରହିବ । ୫୦ ପ୍ରତିଶତ କେନ୍ଦ୍ର ଗୁଡିକରେ ମତଦାନକୁ ଲାଇଭ୍ କରାଯିବ । ୩୩ ଟି ବୁଥ୍ ରେ ଯୁବ ପୋଲିଂ ଅଧିକାରୀ ରହିବେ ।

Leave A Reply

Your email address will not be published.