Latest Odisha News

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ମାମଲା ସମ୍ବନ୍ଧୀୟ କାଗଜପତ୍ର ମାଗିଛି । ଆଇଏଫଏସ୍ ଅଭୟ ପାଠକ, ପୁଅ ଆକାଶ ପାଠକଙ୍କ ସହ ସମ୍ପର୍କିତ ମନିଂ ଲଣ୍ଡରିଂ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା ।

ବ୍ରହ୍ମପୁର ଏସପି ବିବେକ ଶ୍ରବଣ ଏମଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ୩ ଜଣଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିବରଣୀ ଇଡିକୁ ପ୍ରଦାନ କରାଯିବ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲାରେ ମୋଟ ୫ଟି ମାମଲା ରୁଜୁ ହୋଇଛି ।

ଗୋଟିଏ ମାମଲା ବୈଦ୍ୟନାଥପୁର ଥାନାରେ ହୋଇଥିବା ବେଳେ ଆଉ ୪ଟି ମାମଲା ଗୋଳନ୍ଥରା ଥାନାରେ ହୋଇଛି । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଓ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଗତ ମାସରେ ଆର୍ଥିକ ନେଣଦେଣ ନେଇ ପଚରାଉଚରା କରିଥିଲା ।

୨୦୨୦ ଡିସେମ୍ବରରେ ଚାକିରି ଦେବା ନାଁରେ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ବିଜେଡି ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ ମଧ୍ୟ କରିଥିଲା । ୨୦୨୧ ଜୁନରେ ଜାମିନରେ ବାହାରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଅଭୟ ପାଠକଙ୍କ ପୁଅ ତଥା ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.