Latest Odisha News

ଇନଷ୍ଟାଗ୍ରାମ୍ ଆଣିଲା ଏହିସବୁ ଲାଟେଷ୍ଟ ଫିଚର !

ଭୁବନେଶ୍ୱର: ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଖୁସି ଖବର। ଅପଡେଟ ସହ ଇନଷ୍ଟାଗ୍ରାମ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ଅନେକ ପ୍ରକାରର ଖାସ ଫିଚର୍ସ ।

ମିଳିଥିବା ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମର ବୁମେରାଙ୍ଗ ଫିଚରରେ ଶ୍ଲୋ ମୋସନ, ଇକୋ ଏବଂ ଡ଼ୁଓ ଇଫେକ୍ଟ ଯୋଡି ହୋଇଯାଇଛି । ଏହା ବ୍ୟତୀତ ଏହି ଫିଚରରେ ଭିଡିଓ ଏଡିଟିଂର ଅନେକ ଅପସନ ମଧ୍ୟ ଆଡ଼ କରାଯାଇଛି ।

ଯଦିଓ ୟୁଜର୍ସ ମାନେ ଯେକୌଣସି ଭିଡିଓରେ ପୂର୍ବଭଳି ବୁମେରାଙ୍ଗ ଫିଚରର ବ୍ୟବହାର କରିପାରିବେ । ତେବେ ନୂଆ ମୋଡ଼ ଗୁଡିକ ବ୍ୟବହାର କରିବା ପାଇଁ ୟୁଜର୍ସ ମାନଙ୍କୁ ଆପରେ କ୍ୟାମେରା ଓପନ କରିବା ପରେ ବୁମେରାଙ୍ଗକୁ ସ୍ବାଇପ କରିବାକୁ ପଡିବ ।

ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚର କିପରି କାମ କରିବ, ଜାଣନ୍ତୁ..

ନୂଆ ଫିଚର୍ସକୁ ବ୍ୟବହାର କରିବା ପାଇଁ ଆପର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ଼ କରିବାକୁ ପଡିବ ।

ନୂଆ ଫିଚର୍ସ ଜରିଆରେ ୟୁଜର୍ସ ମାନେ ଏକାଥରେ ଛଅଟି ଫଟୋ ଗ୍ରୀଡ଼ ଷ୍ଟୋରିରେ ସେୟାର କରିପାରିବେ । ଏହାସହିତ ୟୁଜର୍ସ ମାନଙ୍କୁ ଏହି ଫଟୋ ଗୁଡିକରେ ଫିଲ୍ଟର ୟୁଜ କରିବାର ଅପ୍ସନ ମଧ୍ୟ ମିଳିବ । ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚରର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ପ୍ରଥମେ ଗ୍ୟାଲେରୀରୁ ଫଟୋ ଚୁଜ କରିବାକୁ ପଡିବ । ଏହା ବ୍ୟତୀତ ଆପଣ କ୍ୟାମେରା ଜରିଆରେ ମଧ୍ୟ ଫଟୋ କ୍ଲିକ କରିପାରିବେ । ତେବେ ଏହା ପୂର୍ବରୁ ୟୁଜର୍ସଙ୍କୁ ଥାର୍ଡ଼ ପାର୍ଟି ଆପର ଆବଶ୍ୟକତା ପଡୁଥିଲା ।

ଯଦି ଲାଟେଷ୍ଟ ଫିଚର କଥା କୁହାଯାଏ ତେବେ ଶ୍ଲୋମୋ ମୋଡ଼ରୁ ଭିଡ଼ିଓର ସ୍ପିଡ଼ କମ କରାଯାଇପାରିବ ଏବଂ ଇକୋ ମୋଡ଼ ସାହାଯ୍ୟରେ ଭିଡ଼ିଓର ଭିଜନ ଇଫେକ୍ଟ ଡବଲ ହୋଇଯିବ । ଏହା ବ୍ୟତୀତ ଡ଼ୁଓ ମୋଡ଼ ଭିଡିଓର ସ୍ପିଡ଼ ଅପ ଏବଂ ପରେ ସ୍ଲୋ ଡାଉନ କରିଦେବ ।

କେବଳ ସେତିକି ନୁହେଁ ୟୁଜର୍ସ ଲାଟେଷ୍ଟ ଫିଚର୍ସ ଦ୍ୱାରା ଭିଡିଓକୁ ନିଜ ହିସାବରେ ଏଡିଟ କରି ଛୋଟ କରିପାରିବେ ।

ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମର ନୂଆ ଅପଡେଟର ଘୋଷଣା ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କରାଯାଇଥିଲା ।

Leave A Reply

Your email address will not be published.