Latest Odisha News

‘ମୋର ଅନେକ ସଫଳତାର ଶ୍ରେୟ ନେବାକୁ ଚାହୁଁଛି ବିଜେପି’

ଭୁବନେଶ୍ବର: ମୋର ଅନେକ ସଫଳତାର ଶ୍ରେୟ ବିଜେପି ନେବାକୁ ଚାହୁଁଛି । ଆହୁରି ଅନେକ ଦିଗ ରହିଛି, ଯେଉଁଠି ବିଜେପିକୁ କାମ କରିବାର ଅଛି । ହେଲେ କାମ ନକରି କେବଳ ପୂର୍ବ ସରକାରଙ୍କ ଶ୍ରେହ ନେବାକୁ ଚେଷ୍ଟା କରୁଛନ୍ତି ନୂଆ ସରକାର । ଆଠୁ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ କିଛି ଏପରି କହି ସମୋଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏନେଇ ନବୀନ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କେବଳ ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି । ପୂର୍ବ ବିଜେଡି ସରକାର ସଫଳତାର ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ବିଜେପି ସରକାର । ହେଲେ ଏବେ ବି ଅନେକ ଦିଗ ରହିଛି ଯେଉଁଠି ବିଜେପି ସରକାର କାମ କରିବା ଉଚିତ୍ । ଅନେକ କିଛି କଥା ସେମାନେ ଉଠାଇ ନାହାନ୍ତି । ଅନେକ କିଛି ଦିଗ ଉପରେ ଧ୍ୟାନ ଦେବାର ଅଛି, ଯେଉଁଠି ସେମାନେ ଫେଲ ମାରିଛନ୍ତି, ହେଲେ ତାହା ବିଷୟରେ ଆଳୋଚନା କରିନାହାନ୍ତି । ସେ ଆଇନ ଶୃଙ୍ଖଳା ହେଉ କିମ୍ବା ଦରବୃଦ୍ଧି କି ବେକାରୀ ପ୍ରସଙ୍ଗ ଉପରେ କିଛି ମତ ରଖିନାହାନ୍ତି ବୋଲି କହି ସମାଲୋଚନା କରିଛନ୍ତି ନବୀନ ।

Comments are closed.