Latest Odisha News

କେକେଆରର ଆଇପିଏଲ ଟ୍ରଫି ଟୁର୍, ୧୬ରେ ଭୁବନେଶ୍ବରକୁ ଆସିବ ଟ୍ରଫି

ଭୁବନେଶ୍ବର: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୪ର ଚମ୍ପିଆନ କୋଲକତା ନାଇଟ ରାଇଡର୍ସ (କେକେଆର) ପକ୍ଷରୁ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ରଖିଛି । ଫେବୃଆରୀ ୧୪ରୁ ୧୬ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । ତେବେ ଏପରି ଆଇପିଏଲ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏକ ଫ୍ରାଞ୍ଚାଇଜ୍ ପକ୍ଷରୁ କରାଯାଉଛି । ସୂଚନାଥାଉକି ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ବର ସହରକୁ ମଧ୍ୟ ଟ୍ରଫି ଆସିବ । ୧୬ଫେବୃଆରୀରେ ଟ୍ରଫି ଏସପ୍ଲାନେଡ୍ ମଲ୍ ରେ ପ୍ରଦର୍ଶିତ ହେବ ।


ଉକ୍ତ ଟ୍ରଫି ଗୌହାଟୀ, କୋଲକତା, ଭୁବନେଶ୍ବର, ରାଞ୍ଚି, ଗ୍ୟାଙ୍ଗଟକ୍,ସିଲିଗୁଡି, ପଟନା, ଦୁର୍ଗାପୁର ସହରକୁ ପରିଭ୍ରମଣ କରିବ ।

https://x.com/KKRiders/status/1889618572168593446
ନାଇଟ ରାଇଡର୍ସ ସ୍ପୋର୍ଟସ୍ ମୁଖ୍ୟ ମାର୍କେଟିଂ ଅଫିସର ବିନ୍ଦା ଦେ  କହିଛନ୍ତି ଯେ, ଆମେ ପୂର୍ବ ଭାରତରେ ଆମର ପ୍ରଶଂସକଙ୍କ ପାଇଁ ଟ୍ରଫି ଟୁର୍ ଆଣୁଛୁ ଏନେଇ ଆମେ ବେଶ୍ ଉତ୍ସାହିତ । କିଛି କାରଣ ହେତୁ, ଗତ ସିଜନରେ ଟାଇଟଲ୍ ଜିତିବା ପରେ ଆମେ କୋଲକାତାରେ ବିଜୟ ଶୋଭାଯାତ୍ରା ବାହାର କରିପାରିଲୁ ନାହିଁ । ଆମ ପାଇଁ ଆମର ପ୍ରଶଂସକମାନେ ପରିବାର ପରି । ଭଲମନ୍ଦ ଦିନରେ ସେମାନେ କେକେଆରକୁ ବହୁତ ଭଲ ପାଇବା ଦେଇଛନ୍ତି । ପୁଣି ଜିତିକି ଟ୍ରଫି ଫେରାଇ ଆଣିବୁ,ଆମର ଖେଳାଳିମାନେ ପ୍ରଶଂସକଙ୍କ ନିରନ୍ତର ଭଲ ପାଇବା ଓ ସମର୍ଥନ ଦ୍ବାରା ଗତ ସିଜନରେ ବିଜୟ ହୋଇଥିଲେ ।

Comments are closed.