Latest Odisha News

BREAKING NEWS

ଯେବେ ବିଜେପି ନିଜକୁ ଦୁର୍ବଳ ଅନୁଭବ କରେ, ହିଂସାର ସାହାରା ନିଏ : ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ରାମ ନବମୀରେ ହୋଇଥିବା ହିଂସା ପ୍ରସଙ୍ଗରେ ଜାତୀୟ ରାଜନୀତି ବେଶ ଉଷ୍ମ ରହିଛି । ଆଉ ଏତିକି ବେଳେ ବିଜେପିକୁ ଆକ୍ଷେପ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି ଖଡଗେ କହିଛନ୍ତି ଯେ, ଯେତେବେଳେ ବିଜେପି ନିଜକୁ ଦୁର୍ବଳ ହୃଦୟଙ୍ଗମ କରିଥାଏ, ସେତେବେଳେ ହିଂସାକୁ ମାଧ୍ୟମ କରିବା ସହ ଲୋକଙ୍କ ଭିତରେ ଧୃବୀକରଣ ସୃଷ୍ଟି କରିଥାଏ । କିଛି ଏଭଳି କହି ବିଜେପିକୁ ସୋମବାର ସମାଲୋଚନା କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ।

ସୂଚନାଯୋଗ୍ୟ, କେବଳ ଖଡଗେ ନୁହଁନ୍ତି, ଏହାପୂର୍ବରୁ ଶିବ ସେନାର ବରିଷ୍ଠ ନେତା ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ ମଧ୍ୟ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବଙ୍ଗଳା ହିଂସାକୁ ବିଜେପି ଯୋଜନା କରିଛି, ପ୍ରାୟୋଜିତ ଏବଂ ଟାର୍ଗେଟ କରୁଛି। ଯେଉଁଠାରେ ନିର୍ବାଚନ ପାଖେଇ ଆସୁଛି ଏପରି କରୁଛି ବିଜେପି । ପଶ୍ଚିମବଙ୍ଗ ଏବଂ ବିହାରରେ ରାମ ନବମୀ ଦିନ ଆରମ୍ଭ ହୋଇଥିବା ହିଂସା ଏଯାଏଁ ଥମିନାହିଁ । ଏବେବି ଉଭୟ ରାଜ୍ୟରେ ଚାପା ଉତ୍ତେଜନା ସାଙ୍ଗକୁ ରାଜନୈତିକ ବୟାନବାଜି ଜାରି ରହିଛି ।

Leave A Reply

Your email address will not be published.