Latest Odisha News

ଝାଡଖଣ୍ଡରେ ବିଜେପିର ‘ସୁଭଦ୍ରା’ ଫର୍ମୂଲା: ‘ଗୋଗୋ ଦିଦି ଯୋଜନା’

ରାଞ୍ଚି: ଆଗକୁ ଝାଡଖଣ୍ଡ ନିର୍ବାଚନ । ସୋରେନ୍ ସରକାର ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଝାଡଖଣ୍ଡବାସୀଙ୍କ ବିଶ୍ବାସଭାଜନ ହେବାକୁ ଉଭୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ହାତେଇବା ପାଇଁ ସ୍ବତନ୍ତ୍ର କାର୍ଡ ଖେଲିଛି ବିଜେପି । ଓଡିଶାରେ ସୁଭଦ୍ରା କାର୍ଡ ବିଜେପିକୁ ବିପୁଳ ବିଜୟ ଦେଇଥିବା କୁହାଯାଇଥିବା ବେଳେ ସେଇ ସମାନ ରଣନୀତି ଝାଡଖଣ୍ଡରେ ବି ଆପଣାଇଛି ବିଜେପି । ମହିଳା ଭୋଟଙ୍କୁ ଆକର୍ଷିତ କରିବା ପାଇଁ ‘ଗୋଗୋ ଦିଦି’ ଯୋଜନା ଆଣିଛି ବିଜେପି । ସରକାରକୁ ଆସିଲେ ଏହି ଯୋଜନାରେ ମହିଳାଙ୍କୁ ପ୍ରତିମାସରେ ୨୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି ।

ତେବେ ବିଜେପି ସରକାରକୁ ଆସିଲେ ରାଜ୍ୟରେ ଏହି ‘ଗୋଗୋ ଦିଦି’ ଯୋଜନା ଆରମ୍ଭ କରିବ । ଏଥିରେ ପ୍ରତି ମାସର ୧୧ ତାରିଖରେ ମହିଳାଙ୍କ ଖାତାକୁ ଚଢିବ ୨୧୦୦ ଟଙ୍କା । ଏଥିସହିତ ମହିଳାଙ୍କୁ ଏହି ଯୋଜନାରେ ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ମଧ୍ୟ ଯୋଗାଇ ଦିଆଯିବ । ଖାଲି ଏତିକି ନୁହେଁ, ଏହା ସହିତ ବିଜେପି ତାର ଇସ୍ତାହାର, ୫ ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୫ ଲକ୍ଷ ସ୍ବୟଂ ନିଯୁକ୍ତ ଏବଂ ୨ଲକ୍ଷ ୮୭ ହଜାର ଖାଲି ପଡିଥିବା ସରକାରୀ ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ରଖିଛି । ଏଥିସହିତ ୨ ବର୍ଷ ପାଇଁ ପ୍ରତ୍ୟେକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୦୦ ଟଙ୍କା ଭତ୍ତା ମିଳିବ । ଏମିତିକି ଗୃହ ନିର୍ମାଣ ପାଇଁ ମାଗଣା ବାଲି ବି ଯୋଗାଇଦେବେ ବିଜେପି ସରକାର ।

ତେବେ କହିରଖୁଚୁ ଝାଡଖଣ୍ଡର ସୋରେନ୍ ସରକାର ପୂର୍ବରୁ ମହିଳାମାନଙ୍କ ପାଇଁ ‘ମୈୟା ସମ୍ମାନ’ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ କି ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୧୦୦୦ଟଙ୍କା ପାଇସାରିଛନ୍ତି ରାଜ୍ୟବାସୀ । ଆଉ ନିର୍ବାଚନକୁ ଆଖିରେ ରଖି ଏହି ରାଶିକୁ ୨୫୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହେମନ୍ତ ସୋରେନ୍ ସରକାର । ତେବେ ଏପର୍ଯ୍ୟନ୍ତ ଏହାର ଦ୍ବିତୀୟ କିସ୍ତି ମିଳିନାହିଁ ।

ତେବେ ଦେଖାଯାଉ କାହାର ଫର୍ମୂଲା ପ୍ରତି ଆକର୍ଷଣ ହେଉଛନ୍ତି ଝାଡଖଣ୍ଡ ମହିଳା । ପୁଣି ସୋରେନ୍ ସରକାର ନାଁ ବିଜେପି ଆଡକୁ ଢଳିବେ ମହିଳା?

Leave A Reply

Your email address will not be published.