Latest Odisha News

BREAKING NEWS

ଏଥିର ବିଦେଶରୁ ବିଜେପି ପାଇଁ ଭଲ ଖବର, ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ବିଜେପି-ଆରଏସଏସ ଓ ଯୋଗୀଙ୍କୁ ପ୍ରଶଂସା

ଓ୍ୱାଶିଂଟନ: ବ୍ରିଟେନର ବିବିସି, ଆମେରିକାର ନ୍ୟୁୟର୍କ ଟାଇମ୍ସ ଭଳି ବିଦେଶୀ ମିଡିଆର ବାରମ୍ବାର ସମାଲୋଚନାର ଶିକାର ହେଉଥିବା କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏଥର ଭଲ ଖବର ଆସିଛି। ଆମେରିକାର ଅନ୍ୟତମ ପ୍ରମୁଖ ଖବରକାଗଜ ‘ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଏକ ଆଲେଖ୍ୟ ପ୍ରକାଶ ପାଇଛି। ଯାହାକୁ ଲେଖିଛନ୍ତି ଓ୍ୱାଲଟର ରସେଲ୍ ମେଡ୍। ସେ ତାଙ୍କ ଆଭିମୁଖ୍ୟ ଲେଖିବାକୁ ଯାଇ କହିଛନ୍ତି, ବିଜେପି ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ରାଜନୈତିକ ଦଳ। ଭାରତର ଶାସକ ଦଳ ଭାରତୀୟ ଜନତା ପାର୍ଟି ଆମେରିକୀୟ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ରାଜନୈତିକ ଦଳ। ସେ ଲେଖିଥିବା ଆଲେଖ୍ୟରେ ବିଜେପି, କେନ୍ଦ୍ରର ମୋଦୀ ସରକାର, ଆରଏସଏସ ଓ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି।

2014ରେ ବିଜେପି ବିଜୟ ପରେ 2019 ଜିତିଥିଲା ଏବେ 2024ରେ ମଧ୍ୟ ବିଜୟ ଆଡକୁ ଅଗ୍ରସର ହେଉଛି। ଯେତେବେଳେ କି ଭାରତ ଏକ ଅଗ୍ରଣୀ ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି,  ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକୀୟ ରଣନୀତିର ଏକ ଅଂଶ ହୋଇଛି ବୋଲି ସେ କହିଛନ୍ତି ।

ଆଗାମୀ ଭବିଷ୍ୟତରେ ଭାରତର ବିନା ସହାୟତାରେ ଆମେରିକା କୌଣସି ପଦକ୍ଷେପ ନେଇପାରିବ ନାହିଁ। ଚୀନ ଭଳି ଶକ୍ତିଶାଳୀ ଦେଶକୁ ସନ୍ତୁଳିତ କରିବା ପାଇଁ ଆମେରିକା ଭାରତ ବିନା କିଛି କରିପାରିବ ନାହିଁ ବୋଲି କୁହାଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତକୁ ମନେ ପକାଇ ମେଡ୍ ଲେଖିଛନ୍ତି, ମୁଁ ଯୋଗୀ ଆଦିତ୍ୟନାଥଙ୍କୁ ଯେତେବେଳେ ଭେଟିଥିଲି ସେତେବେଳେ ସେ ଜଣେ ହିନ୍ଦୁ ସନ୍ନ୍ୟାସୀ ଥିଲେ। ଏବେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଥିବାରୁ ୟୁପିକୁ ପୁଞ୍ଜିନିବେଶକୁ ଆସିବା ଆରମ୍ଭ କରିଛି। ସେହିପରି ଆରଏସଏସ ଏବଂ ମୁଖ୍ୟ ମୋହନ ଭାଗବତକୁ ଲେଖକ ଜଣଙ୍କ ପ୍ରଶଂସା କରିଛନ୍ତି।

ଚୀନ ସହ ତିକ୍ତତା ବଢ଼ୁଥିବାରୁ ଆମେରିକା ଭାରତକୁ ଉଭୟ ଅର୍ଥନୈତିକ ଓ ରାଜନୈତିକ ସହଯୋଗୀ ଭାବେ ଆବଶ୍ୟକ କରୁଛି। ହିନ୍ଦୁ ଜାତୀୟତାବାଦୀ ଆନ୍ଦୋଳନର ବିଚାରଧାରା ଏବଂ ଗତିପଥକୁ ବୁଝିବା ଭାରତ ସହିତ ଆର୍ଥିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ବ୍ୟବସାୟୀ ନେତା ଏବଂ ନିବେଶକମାନଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ରଣନୈତିକ ସମ୍ପର୍କକୁ ଏକ ସ୍ଥିର ଭିତ୍ତିରେ ରଖିବାକୁ ଚାହୁଁଥିବା କୂଟନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଲେଖକ ଜଣଙ୍କ ‘ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଲେଖିଛନ୍ତି।

Leave A Reply

Your email address will not be published.