Latest Odisha News

ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ

ସାଧାରଣତଃ ରସୁଣକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଏଥିସହ ଔଷଧ ରୂପେ ମଧ୍ୟ ଆମ କାମରେ ଆସିଥାଏ ରସୁଣ । ଖାଦ୍ୟ ଖାଇବା ସମୟରେ ରସୁଣ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ରସୁଣ ଆଣ୍ଟି ବାୟୋଟିକ୍‌ ପରି ସଂକ୍ରମଣଠାରୁ ଆମକୁ ଦୂରରେ ରଖିଥାଏ ।

-ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।

– ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା କରିଥାଏ। ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି। ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ ଦେଇଥାଏ।

– ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଦ୍ବାରା ଏଥିରୁ ଉପଶମ ମିଳିଥାଏ।
– ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ଦିଏ ରସୁଣ  । ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ।
– ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଫଳରେ ଶରୀରକୁ ରୋଗରୁ ଲଢ଼ିବାକୁ ଶକ୍ତି ମିଳିଥାଏ।
– ରସୁଣ ମୁହଁର ଦୁର୍ଗନ୍ଧ ଦୂର କରିଥାଏ।
-ରସୁଣରେ ଫାଇବର ରହିଥାଏ, ଯାହା କୋଷ୍ଠକାଷ୍ଠିନ୍ୟ ପରି ସମସ୍ୟାର ସମାଧାନ କରିଥାଏ।

– ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍‌ ଥାଏ।
– ରସୁଣରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ଯାହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ।

Leave A Reply

Your email address will not be published.