Latest Odisha News

ଅନୀଲ ବିଜଙ୍କ ମୁଖ୍ୟମନ୍ତ୍ରୀ ପଦ ଦାବି ଉପରେ କ’ଣ କହିଲେ ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ: ହରିୟାଣାରେ ବିଜେପି ଯଦି ପୁଣି କ୍ଷମତାକୁ ଆସେ ତେବେ ଅନୀଲ ବିଜ ନିଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଦାବି କରିଥିଲେ । ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନିଙ୍କ ନେତୃତ୍ୱରେ ଦଳ ଏଠାରେ ନିର୍ବାଚନ ଲଢୁଛି । ନାୟବ ସିଂହ ସୈନି ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ତାଙ୍କ ନେତୃତ୍ୱରେ ବିଜେପି ହରିଆଣାରେ ତୃତୀୟ ଥର ବିଜୟ ହାସଲ କରିବ ।

ଅନୀଲ ବିଜଙ୍କ ମନ୍ତବ୍ୟ ଉପରେ ପଚାରିବାରୁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦଳର ଜଣେ କର୍ମକର୍ତ୍ତା ଭାବେ ସେ ଏପରି କହିଥାଇପାରନ୍ତି । କିନ୍ତୁ, ନାୟବ ସିଂ ସୈନି ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।

ସୂଚନାଯୋଗ୍ୟ, ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ମନ୍ତ୍ରୀ ତଥା ୬ ଥର ବିଧାୟକ ଥିବା ଅନିଲ ବିଜ କହିଥିଲେ ଯେ, ‘ମୁଁ ଦଳର ସବୁଠୁ ବରିଷ୍ଠ ନେତା ହୋଇଥିବାରୁ ଏଥର ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବି । ଆଉ ଲୋକଙ୍କର ମଧ୍ୟ ଏଇଆ ଦାବି ରହିଛି । ମୁଁ ଆଜି ପର୍ଯ୍ୟନ୍ତ ଦଳକୁ କିଛି ମାଗି ନାହିଁ । ମୁଁ ମୋ ଦାବି ଜଣାଇବି । ତା’ପରେ ଦଳ ଯାହା ନିଷ୍ପତ୍ତି ନେବ । ଦଳ ମୋତେ ମୁଖ୍ୟମନ୍ତ୍ରୀ କରିବ ନା ନାହିଁ, ତାହା ଦଳ ଉପରେ ନିର୍ଭର କରେ । ଯଦି ମୁଁ ମୁଖ୍ୟମନ୍ତ୍ରୀ ହୁଏ ତେବେ ହରିଆଣାର ଭାଗ୍ୟ ଓ ଚିତ୍ର ବଦଳାଇ ଦେବି’ ।

Comments are closed.