ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ଭୁବନେଶ୍ୱରର ସ୍ଥିତି ଗମ୍ଭୀର, ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ।
ସେ କହିଛନ୍ତି ପ୍ରତିଦିନ କ୍ୱାରେଣ୍ଟାଇନ କେସ୍ ଅପେକ୍ଷା ଲୋକାଲ କେସ୍ ବଢ଼ିବାରେ ଲାଗିଛି। ଠିକ୍ରେ ସାନିଟାଇଜ ହେଉନି। କଣ୍ଟାକ୍ଟ ଟ୍ରେସିଂ ଫେଲ୍ ମାରିଛି। କୌଣସି ସରକାରୀ ଅଧିକାରୀ ଫୋନ୍ ଉଠାଉନାହାନ୍ତି। ରାଜଧାନୀର ବସ୍ତି ଗୁଡ଼ିକରୁ ବିଗତ କିଛି ଦିନ ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟାରେ ଦ୍ରୁତ ବୃଦ୍ଧି ରାଜଧାନୀବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ତିଆରି କରିଛି ।
ଅନେକ ଗୁରୁତର ରୋଗୀ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ଏପରି ସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ଗୁରୁତର କରୋନା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଶେଷ ଭାବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ଲୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସହାୟତା କ୍ରମେ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ ଲାଗିଛି। ତେଣୁ ଦିଲ୍ଲୀ ମଡେଲକୁ ଓଡ଼ିଶା ସରକାର ଆପଣାନ୍ତୁ ବୋଲି କହିଛନ୍ତି ବାବୁ ସିଂ।
Comments are closed.