Latest Odisha News

BREAKING NEWS

ରାମମନ୍ଦିର ଭୂମି ପୂଜନ ଅବସରରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଆତଙ୍କବାଦୀ

ନୂଆଦିଲ୍ଲୀ: ରାମମନ୍ଦିର ଭୂମି ପୂଜନ ଅବସରରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିନେଇ ଭାରତୀୟ ଗୋଇନ୍ଦା ସଂସ୍ଥା ସମସ୍ତଙ୍କୁ ଆଲର୍ଟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୦୦ଜଣ ଅତିଥି ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେବେ । ଆଇଏସଆଇ ଏହି ଷଡଯନ୍ତ୍ର ରଚିଛି । ପ୍ରଶିକ୍ଷିତ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରି ସାରିଥିବା ଅନୁମାନ କରାଯାଉଛି ।

ଏହା ବ୍ୟତୀତ ଅଗଷ୍ଟ ୧୫ରେ ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (‘ର’) ପକ୍ଷରୁ କୁହାଯାଇଛି ୩ରୁ ୫ଜଣ ଆତଙ୍କବାଦୀଙ୍କୁ ଏଥି ନିମନ୍ତେ ଆଇଏସଆଇ ଭାରତ ପଠାଇଛି । ରାଜନେତାମାନେ ମଧ୍ୟ ସେମାନଙ୍କ ଟାର୍ଗେଟରେ ରହିବେ ବୋଲି ର ଆଲର୍ଟ କରିଛି ।

Leave A Reply

Your email address will not be published.