Latest Odisha News

BREAKING NEWS

ଭିଡିଓ ଖାକି ବର୍ଦ୍ଦିର ଦାଦାଗିରି, ଯୁବତୀଙ୍କୁ ପୋଲିସ ବାବୁଙ୍କ ନିିର୍ଘାତ ମାଡ !

ଝାଡଖଣ୍ଡ: ରକ୍ଷକ ସାଜିଛି ଭକ୍ଷକ । ନିଜ ସମସ୍ୟା ନେଇ ଥାନାକୁ ଯାଇଥିବା ଜଣେ ଯୁବତୀଙ୍କୁ ଥାନା ଅଧିକାରୀଙ୍କ ନିର୍ଘାତିଆ ମାଡ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ଯାଂଚ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ନିର୍ଦ୍ଦେଶ ।

ପ୍ରେମ ବିବାହ ସମ୍ଭନ୍ଧୀୟ ସମସ୍ୟା ନେଇ ଝାଡଖଣ୍ଡ ସାହିବଗଂଜ ଜିଲ୍ଲାର ବରିହାଟ ପୋଲିସ ଥାନାକୁ ଜଣେ ଯୁବତୀ ଯାଇଥିଲେ । ହେଲେ ସମାଧାନ ବଦଳରେ ତାଙ୍କୁ ମିଳିଥିଲା ଅସଭ୍ୟ ଭାଷାରେ ଗାଳିଗୁଲଜ ସାଙ୍ଗକୁ ନିର୍ଘାତ ମାଡ । ତେବେ କ’ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ଥାନାକୁ ଯିବା ଭୁଲ ନା ପୋଲିସକୁ ନିଜ ରକ୍ଷାକର୍ତ୍ତା ମାନିବା ଭୁଲ ?

ସୋସିଆଲ୍ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତଦନ୍ତ କରିବା ସହ ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଏମ୍‌.ଭି ରାଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତାଜା ରିପୋର୍ଟ ଅନୁଯାୟୀ ଭିଡିଓରେ ଯୁବତୀଙ୍କୁ ହାତ ଉଠାଇଥିବା ପୋଲିସ ଅଧିକାରୀଙ୍କ ପରିଚୟ ହରିଶ୍ ପାଠକ ବୋଲି ଜଣାପଡିଛି । ତାଙ୍କୁ ନିଲମ୍ବିତ କରାଯାଇଥିଲାବେଳେ ଯୁବତୀଙ୍କୁ ଥାନାକୁ ଡକାଇ ଲିଖିତ ବୟାନ ନିଆଯାଇଛି ।

Leave A Reply

Your email address will not be published.