Latest Odisha News

BREAKING NEWS

ରାଜଧାନୀରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ କେହି ଦୁବୃର୍ତ୍ତ ଶୁକ୍ରବାର ଦିନ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ସ୍ଥାନୀୟ ଖାରବେଳନଗର ଥାନା ଏକାମ୍ର ହାଟ ନିକଟରେ ଥିବା ଟୁରିଷ୍ଟ ହବ୍ ପାଖରେ ୧୦ରୁ ଅଧିକ ଯୁବକ ହକି ଷ୍ଟିକରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣା ଦିନ ୨ଟା ବେଳେ ଘଟିଥିବା ଜଣାପଡିଛି।

ତେବେ ଆକ୍ରମଣର କାରଣ ଅସ୍ପଷ୍ଟ, ଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.