Latest Odisha News

ମହଙ୍ଗା ହେଲା ଟ୍ରେନ ଖାଦ୍ୟ; ଜାଣନ୍ତୁ ପରିବର୍ତ୍ତିତ ଦର

ମୁମ୍ବଇ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖରାପ ଖବର । ବୃଦ୍ଧି ପାଇବାକୁ ଯାଉଛି ଟ୍ରେନ ଖାଦ୍ୟର ଦାମ୍‍ । ଏନେଇ ରେଲୱେ ବୋର୍ଡ଼ର ପର୍ଯ୍ୟଟନ ଏବଂ ଖାଦ୍ୟ-ପାନୀୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ସର୍କୁଲାର୍‍ ଜାରି କରାଯାଇଛି।

ରେଲୱେ ବୋର୍ଡ଼ ସର୍କୁଲାର୍‍ ଅନୁସାରେ, ଆଇଆରସିଟିସିର ଆଗ୍ରହ ଓ ବୋର୍ଡ଼ ପକ୍ଷରୁ ଗଠିତ ଖାଦ୍ୟ ଓ ମୂଲ୍ୟ ନିର୍ଦ୍ଧାରଣକାରୀ କମିଟିର ସୁପାରିସ୍‍କୁ ଭିତ୍ତି କରି ମୂଲ୍ୟ ବୃଦ୍ଧିର ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ନୂଆ ଦାମ୍‍ ସହ ଖାଦ୍ୟ ତାଲିକା ୧୫ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ୪ ମାସ ପରେ ଏହାକୁ ଲାଗୁ କରାଯିବ।

ଜାଣନ୍ତୁ କେଉଁ ଟ୍ରେନ୍‍ଗୁଡ଼ିକରେ ମହଙ୍ଗା ହେବ ଖାଦ୍ୟ-ପାନୀୟ :

ସର୍କୁଲାର୍‍ ଅନୁଜୟୀ, ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଆଦି ଟ୍ରେନ୍‍ଗୁଡ଼ିକରେ ଖାଦ୍ୟ-ପାନୀୟର ଦାମ୍‍ ବୃଦ୍ଧି ପାଇବାକୁ ଯାଉଛି। ଆପଣ ଟ୍ରେନରେ ଖାଦ୍ୟ ଖାଇବାକୁ ଚାହୁଁଥିଲେ ଟ୍ରେନ ଟିକେଟ୍‍ କରିବା ସମୟରେ ହିଁ ଖାଇବା ପିଇବା ଖର୍ଚ୍ଚ ଦେବାକୁ ପଡ଼ିବ। ଖୁବଶୀଘ୍ର ଏହା ଅନ୍ୟ ଟ୍ରେନ୍‍ ଗୁଡିକରେ ଏହି ନିୟମ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

ପ୍ରଥମ ଶ୍ରେଣୀ ଏସି ଯାତ୍ରୀଙ୍କ ପାଇଁ ପରିବର୍ତ୍ତିତ ଦର ନିମ୍ନରେ ଦିଆଗଲା:

ଖାଦ୍ୟ ସୂଚୀ ପୂର୍ବଦର ବର୍ଦ୍ଧିତ ଦର
ପୂର୍ବ ଦର:
ସକାଳ ଚା’ ୧୫ ଟଙ୍କା
ଜଳଖିଆ ୯୦ ଟଙ୍କା
ମଧ୍ୟାହ୍ନ ଓ
ରାତ୍ରି ଭୋଜନ ୧୪୫ ଟଙ୍କା
ସନ୍ଧ୍ୟା ଚା’ ୭୦ ଟଙ୍କା

ବର୍ଦ୍ଧିତ ଡର:

ସକାଳ ଚା’ ୩୫ ଟଙ୍କା
ଜଳଖିଆ ୧୪୦ ଟଙ୍କା
ମଧ୍ୟାହ୍ନ ଓ
ରାତ୍ରି ଭୋଜନ ୨୪୫ ଟଙ୍କା
ସନ୍ଧ୍ୟା ଚା’ ୧୪୦ ଟଙ୍କା

ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି ଯାତ୍ରୀଙ୍କ ପାଇଁ ପରିବର୍ତ୍ତିତ ନିମ୍ନରେ ଦିଆଗଲା:
ପୂର୍ବଦର:

ସକାଳ ଚା’ ୧୦ ଟଙ୍କା
ଜଳଖିଆ ୭୫ ଟଙ୍କା
ମଧ୍ୟାହ୍ନ ଓ
ରାତ୍ରି ଭୋଜନ ୧୨୫ ଟଙ୍କା
ସନ୍ଧ୍ୟା ଚା’ ୪୫ ଟଙ୍କା

ବର୍ଦ୍ଧିତ ଦର:

ସକାଳ ଚା’ ୨୦ଟଙ୍କା
ଜଳଖିଆ ୧୦୫ଟଙ୍କା
ମଧ୍ୟାହ୍ନ ଓ
ରାତ୍ରି ଭୋଜନ ୧୮୫ଟଙ୍କା
ସନ୍ଧ୍ୟା ଚା’ ୯୦ ଟଙ୍କା

ଦୂରନ୍ତ ଟେନ୍‍ର ସ୍ଲିପର୍‍ ଶ୍ରେଣୀ ଯାତ୍ରୀଙ୍କ ପାଇଁ ପରିବର୍ତ୍ତିତ ଦର

ପୂର୍ବ ଦର:

ସକାଳ ଚା’ ୧୦ ଟଙ୍କା
ଜଳଖିଆ ୪୦ ଟଙ୍କା
ମଧ୍ୟାହ୍ନ ଓ
ରାତ୍ରି ଭୋଜନ ୮୦ ଟଙ୍କା
ସନ୍ଧ୍ୟା ଚା’ ୨୦ ଟଙ୍କା

ବର୍ଦ୍ଧିତ ଦର:

ସକାଳ ଚା’ ୧୫ ଟଙ୍କା
ଜଳଖିଆ ୬୫ ଟଙ୍କା
ମଧ୍ୟାହ୍ନ ଓ
ରାତ୍ରି ଭୋଜନ ୧୨୦ ଟଙ୍କା
ସନ୍ଧ୍ୟା ଚା’ ୫୦ ଟଙ୍କା

ଅନ୍ୟାନ୍ୟ ମେଲ୍‍ ଓ ଏକ୍ସପ୍ରେସ୍‍ ଟ୍ରେନ୍‍ ଯାତ୍ରୀଙ୍କ ପାଇଁ ପରିବର୍ତ୍ତିତ ଦର :

ପୂର୍ବଦର:

ଜଳଖିଆ(ନିରାମିଷ) ୩୦ ଟଙ୍କା
ଜଳଖିଆ(ଆମିଷ) ୩୫ ଟଙ୍କା
ସାଧାରଣ ମିଲ୍‍(ନିରାମିଷ) ୫୦ ଟଙ୍କା
ସାଧାରଣ ମିଲ୍‍(ଆମିଷ) ୫୫ ଟଙ୍କା

ବର୍ଦ୍ଧିତ ଦର:

ଜଳଖିଆ(ନିରାମିଷ) ୪୦ଟଙ୍କା
ଜଳଖିଆ(ଆମିଷ) ୫୦ଟଙ୍କା
ସାଧାରଣ ମିଲ୍‍(ନିରାମିଷ) ୮୦ଟଙ୍କା
ସାଧାରଣ ମିଲ୍‍(ଆମିଷ) ୯୦ଟଙ୍କା

ସୂଚନାଯୋଗ୍ୟ, ପୂର୍ବରୁ ୨୦୧୪ରେ ଏହି ଦରରେ ପରିବର୍ତ୍ତନ ହୋଇଥିଲା।

Leave A Reply

Your email address will not be published.