Latest Odisha News

BREAKING NEWS

ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ବିଜେଡ଼ି ନେତା ପାଗଳର ପ୍ରଳାପ କରୁଛନ୍ତି: ଡ. ଯତୀନ ମହାନ୍ତି

ଭୁବନେଶ୍ୱର: ବିଜେଡି ନେତା ଅନୁଭବ ପଟ୍ଟନାୟକଙ୍କୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। କିଛି ଦିନ ହେବ ଅନୁଭବ ପଟ୍ଟନାୟକ ଟ୍ୱିଟର ଜରିଆରେ କିଛି ମନ୍ତବ୍ୟ ରଖୁଛନ୍ତି ଏବଂ ସେହି ମନ୍ତବ୍ୟକୁ ନେଇ ରାଜନୀତିରେ ଆରମ୍ଭ ହେଉଛି ବୟାନବାଜି। ଏହାରି ଭିତରେ ଅନୁଭବ ପଟ୍ଟନାୟକଙ୍କୁ ଟ୍ୱିଟ କରି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଘର କଳି ହାଟରେ ପଡି ଦାଣ୍ଡରେ ଗଡିବା ପରେ ଆପଣଙ୍କୁ ବହୁତ ଚିନ୍ତା ଲାଗିବା ସ୍ୱାଭାବିକ। ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଆପଣ କେବଳ ପାଗଳର ପ୍ରଳାପ କରୁଛନ୍ତି।

ଡ. ଯତୀନ କହିଛନ୍ତି, ଓଡ଼ିଶାରେ ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ୨ ଲକ୍ଷ ୪ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଯେଉଁ ପୁଞ୍ଜିନିବେଶ ହେଉଛି ଓ ବିଜ୍ଞାପନ ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ସାର୍ବଜନୀନ ଅଛି। କିନ୍ତୁ ବିଜେଡି ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି, ତାହାର ତଥ୍ୟ କେବେ ସାର୍ବଜନୀନ ହେବ ବୋଲି ପ୍ରଶ୍ନ କରିଛନ୍ତି।

ବିଜେଡି ଗୁମାସ୍ତାଙ୍କର ଯେଉଁଭଳି ଭାବେ ଅନ୍ଧାରୀ ବିଜେ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା କଥା କହି ସୌମ୍ୟ ବାବୁ କଣ ଭୁଲ କହିଲେ ? ସତ କଥା କହିଲେ ଆପଣଙ୍କୁ ଓ ଆପଣଙ୍କ ଦଳକୁ ବହୁତ ବାଧୁଛି। ଗୁମାସ୍ତାଙ୍କ ଗସ୍ତରେ କେତେ ଖର୍ଚ୍ଚ ହେଉଛି, ତାହାର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି। “ଗୋଦରା କୋଡେ ଯେତେ, ମାଡେ ସେତେ ।” ଆମକୁ ଲାଗୁଛି, ଆପଣଙ୍କର କାର୍ଯ୍ୟ “ଚାଲୁଣି କହୁଛି ଛୁଞ୍ଚିକୁ ତୋ ପଛରେ କେତେଟା ଶିଙ୍ଗ” ଭଳି।
ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଆପଣଙ୍କ ଭଳି ନେତାମାନେ ମଞ୍ଚ ବାନ୍ଧିବା, ଚେୟାର ପକାଇବା ଓ ଲୋକ ଯୋଗାଡ କରିବା ଭଳି କାର୍ଯ୍ୟରେ ଲାଗିଛନ୍ତି। ଆପଣଙ୍କ ଦଳର ନେତାମାନେ ଏବେ ଯେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି।

Leave A Reply

Your email address will not be published.