Latest Odisha News

BREAKING NEWS

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ନାବାଳକଙ୍କ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି  । ସୁଧାରଗୃହ ଶୌଚାଳୟରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡ଼ିଛି।

ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସ୍ୟାବସ୍ତ ହୋଇଥିଲେ। ଚଳିତ ମାସ ୧୨ ତାରିଖରୁ  ସେ ସୁଧାର ଗୃହରେ ରହି ଆସୁଥିଲେ। ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ନାବାଳକର ମୃତେଦହ ଉଦ୍ଧାର ହୋଇଛି  ।  ତେବେ ନାବାଳକଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ନାବାଳକଙ୍କ ମୃତ୍ୟୁ ପରେ ସୁଧାରଗୃହର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି  । ସେପଟେ ପୋଲିସ ଏହି  ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।

Leave A Reply

Your email address will not be published.