Latest Odisha News

BREAKING NEWS

ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ  । ସହରାଞ୍ଚଳରେ ବାସ କରୁଥିବା ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବେ । ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ । ଆଜି ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ପ୍ରମାଣପତ୍ର ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯିବ । ଏନେଇ ପୂର୍ବରୁ ଡ୍ରୋନ ସର୍ଭେ କରାଯାଇଥିଲା । ମୋଟ ୬୮ ସହରର ୨ ଲକ୍ଷ ୫୪ ହଜାର ୫୨୦ ପରିବାର ଏଥିରେ ଉପକୃତ ହେବେ । ଭୁବନେଶ୍ୱର ମହାନଗର ନିଗମର ୩୬୪ଟି ବସ୍ତିର ପ୍ରାୟ ୫୧ ହଜାର ପରିବାର ଏହି ସୁବିଧା ପାଇବେ । ଅନ୍ୟ ମହାନଗର ନିଗମ ଓ ସହରାଞ୍ଚଳରେ ମଧ୍ୟ ଏହି ସେବା ଯେଗାଇ ଦିଆଯିବ ।

କଳିଙ୍ଗ ଷ୍ଟାଡିୟମରେ ପୂର୍ବାହ୍ଣ ୧୧ଟାବେଳେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  ।  କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୪୫୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ବିଏମ୍‌ସି ଅଧିନରେ ଥିବା ବାକି ୪୬ ହଜାର ବସ୍ତିବାସିନ୍ଦାଙ୍କ ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପଟ୍ଟାବଣ୍ଟନ କରାଯିବ । ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ବରମୁଣ୍ଡା ପଡିଆରେ କାର୍ଯ୍ୟକ୍ରମ ହୋଇଛି । ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଲକ୍ଷ୍ମୀ ସାଗର ମେଲଣ ପଡିଆ, ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଜନତା ମଇଦାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଠାରେ ସ୍ଥାନୀୟ ବିଧାୟକ, ମେୟର ଓ କର୍ପୋରେଟର ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିବେ ।

ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ପାଇଁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଡ୍ରୋନ୍‌ ଯୋଗେ ସର୍ଭେ ହୋଇଥିଲା । ସର୍ଭେ ପରେ ୫ଟି ମହାନଗର ନିଗମ ଅଞ୍ଚଳରେ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇଛି । ସବୁ ବସ୍ତି ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି । ଏହା ସହ ରାଜ୍ୟର ଥିବା ଅନ୍ୟ ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ମଧ୍ୟ ଭୂମିହୀନଙ୍କୁ ପଟ୍ଟା ବାଣ୍ଟାଯିବ ।  ଜାଗା ମିଶନ ଜରିଆରେ ଲୋକମାନଙ୍କୁ କିପରି ତ୍ୱରିତ ସେବା ଯୋଗାଇ ଦିଆଯିବ,  ତାକୁ ପ୍ରାଥମିକତା ଦିଆଯାଇଛି । ସବୁ ବସ୍ତିରେ ପିଇବା ପାଣି, ଷ୍ଟ୍ରିଟ୍‌ ଲାଇଟ, ଡ୍ରେନେଜ, ବିଦ୍ୟୁତ, ଶୌଚାଳୟ ଯୋଗାଇ ଦିଆଯିବ ।

Leave A Reply

Your email address will not be published.