Latest Odisha News

BREAKING NEWS

ବନ୍ଧୁତାରେ ବଦଳିଲା ରାଜନୈତିକା ଶତ୍ରୁତା

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଦୁଇ ବିରୋଧୀ ରାଜନୈତି ପାର୍ଟି ବନ୍ଧୁତାର ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି । ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତା ପାଟିଲ ଏବଂ ଶିବସେନା ପ୍ରମୁଖ ବାଲା ସାହେବ ଠାକରେଙ୍କ ସ୍ୱର୍ଗତଃ ପୁତ୍ର ବିନ୍ଦୁ ମାଧବ ଠାକରେଙ୍କ ପୁତ୍ର ନିହାରଙ୍କ ମଧ୍ୟରେ ବିବାହ ଉତ୍ସବ ଆୟୋଜିତ ହେବ । ନିହାର ଓକିଲ ଭାବେ ମୁମ୍ବାଇ କାର୍ଯ୍ୟ କରୁଥିବା ବେଳେ ଅଙ୍କିତା ପୁଣେ ଜିଲ୍ଲା ପରିଷଦର ସଦସ୍ୟ ଏବଂ ଇଣ୍ଡିଆନ ଶୁଗାର ମିଲ ଆସୋସିଏଶନର ନିର୍ଦ୍ଦେଶକ ଅଛନ୍ତି ।

ହର୍ଷବର୍ଦ୍ଧନ ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏମଏନଏସର ମୁଖ୍ୟ ରାଜ ଠାକରେଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ ପ୍ରମୁଖ ନେତା ସଞ୍ଜୟ ରାଉତ, ନାନ ପଟେଲ, ଗୁଲାବରାଓ ପାଟିଲ, ଜିତେନ୍ଦ୍ର ଅହ୍ୱାଡେଙ୍କ ଘରେ ମଧ୍ୟ ବିବାହ ଉତ୍ସବ ଚାଲିଛି ।

Leave A Reply

Your email address will not be published.