Latest Odisha News

BREAKING NEWS

ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଓ ୯ ଶିକ୍ଷକ କରିଥିଲେ ଗଣଦୁଷ୍କର୍ମ, ଭିଡିଓ କରୁଥିଲେ ଶିକ୍ଷୟିତ୍ରୀ

ଅଲଓ୍ୱାର(ରାଜସ୍ଥାନ): ଗୁରୁ ଶିଷ୍ୟର ସମ୍ପର୍କରେ କଳଙ୍କର ଛିଟା । ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥିଲେ ସ୍କୁଲ ପ୍ରିନ୍ସିପାଲ ଓ ୯ ଜଣ ଶିକ୍ଷକ । ବର୍ଷେ ଧରି ଏମିତି ନରକୀୟ କାଣ୍ଡ କରୁଥିଲେ । ସେତିକିରେ ସରି ନଥିଲା ଛାତ୍ରୀଙ୍କ ପ୍ରତି ନିର୍ୟାତନାର କାହାଣୀ । ଦୁଇ ଜଣ ସ୍କୁଲ ଶିକ୍ଷୟିତ୍ରୀ ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରୁଥିଲେ । ରାଜସ୍ଥାନର ଅଲଓ୍ୱାର ଜିଲ୍ଲାରୁ ଏଭଳି ସାଂଘାତିକ ଓ ଲଜ୍ଜାଜନକ ଖବର ଆସିଛି ।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ସ୍କୁଲ ପ୍ରିନ୍ସିପାଲ ଓ ୯ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୀଡ଼ିତା ଦଶମ ଶ୍ରେଣୀର ଛାତ୍ରୀ । ଏବେ ସେ ସ୍କୁଲ ଯିବାକୁ ଅମଙ୍ଗ ହେଉଥିଲେ । ଅଭିଭାବକ କାରଣ ପଚାରିବାରୁ ସତ ସାମନାକୁ ଆସିଥିଲା । ଗୋଟି ଗୋଟି ସତ ବଖାଣିଥିଲେ । ପୀଡ଼ିତା କହିଛନ୍ତି, ବର୍ଷେ ହେବ ସ୍କୁଲ ପ୍ରିନ୍ସିପାଲ ଓ ଅନ୍ୟ ୩ ଜଣ ଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ସେସମୟରେ ଭିଡିଓ ଉତ୍ତୋଳନ କରୁଥିଲେ ଦୁଇ ଜଣ ଶିକ୍ଷୟିତ୍ରୀ ।

ଏହାପରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଉ ତିନିଟି ମାମଲା ହୋଇଛି । ଆଉ ତିନି ଜଣ ଛାତ୍ରୀ ସମାନ ଅଭିଯୋଗ ଆଣିଛନ୍ତି । ଏହି ଶିକ୍ଷକ ରୂପୀ ରାକ୍ଷସଙ୍କ ଶିକାର ହୋଇଛନ୍ତି ଜଣେ ଷଷ୍ଠ, ଚତୁର୍ଥ ଓ ତୃତୀୟ ଶ୍ରେଣୀ ଛାତ୍ରୀ । ଘଟଣା ବାବଦରେ କାହାରିକୁ ଜଣାଇଲେ ଜୀବନରେ ମାରି ଦେବାକୁ ନାଲି ଆଖି ଦେଖାଇଥିଲେ ।

ଅଭିଯୋଗ ହୋଇଛି ନିର୍ୟାତନାର ଶିକାର ଛାତ୍ରୀ ପ୍ରଥମେ ଶିକ୍ଷୟିତ୍ରୀଙ୍କୁ ଏବାବଦରେ ଜଣାଇଥିଲେ । ସେମାନଙ୍କୁ ସମର୍ଥନ କରିବା ବଦଳରେ ସଂପୃକ୍ତ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଅଭିଯୁକ୍ତ ଶିକ୍ଷକ ଓ ପ୍ରିନ୍ସିପାଲଙ୍କ ପାଖକୁ ନେଇଥିଲେ । ଗୋଟିଏ ଘର ଭିତରେ ମଦରେ ନିଶା ଦେଇ ଜଣଙ୍କ ପରେ ଜଣେ ଛାତ୍ରୀଙ୍କ ଇଜ୍ଜତ ସହ ଖେଳିଥିଲେ । ପ୍ରିନ୍ସିପାଲଙ୍କୁ ଏନେଇ ଅଭିଯୋଗ କରିବାରୁ ସେ ହତ୍ୟା ଧମକ ଦେଇଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ ପ୍ରିନ୍ସିପାଲ ।

Leave A Reply

Your email address will not be published.