Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୨୦୦୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଅକ୍ଟୋବର ମାସ ଆରମ୍ଭରୁ ନୂଆ ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିପିର ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ୨ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୦୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ଏହାକୁ ମିଶାଇ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ସଂଖ୍ୟା ୨,୬୬,୧୦୫ରେ ପହଂଚିଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିଙ୍କ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଜଣ ଅଛନ୍ତି । ସେହିପରି ଅନୁଗୁଳରୁ ୧୫୯, କଟକରୁ ୧୪୧, ସୁନ୍ଦରଗଡରୁ ୧୩୧, ଯାଜପୁରରୁ ୧୧୩, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜରୁ ୧୦୧, କଳାହାଣ୍ଡିରୁ ୯୧, କେନ୍ଦ୍ରାପଡାରୁ ୮୦, ବରଗଡରୁ ୭୮, ବଲାଙ୍ଗୀରରୁ ୭୨, ପୁରୀରୁ ୬୯, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଜଗତସିଂହପୁରରୁ ୪୮, ନୂଆପଡାରୁ ୪୭ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଝାରସୁଗୁଡାରୁ ୪୬, ନବରଙ୍ଗପୁରରୁ ୪୫, ସୋନପୁରରୁ ୪୩, ଢେଙ୍କାନାଳରୁ ୩୬, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୩୩, କନ୍ଧମାଳରୁ ୩୧, ମାଲକାନଗିରିରୁ ୨୯, ନୟାଗଡରୁ ୨୪, ଭଦ୍ରକରୁ ୧୭, ରାୟଗଡାରୁ ୧୬, ଦେବଗଡରୁ ୧୩, ବୌଦ୍ଧରୁ ୧୧ ଓ ଗଜପତିରୁ ୫ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.