Latest Odisha News

ବିଜେପି ନେତ୍ରୀ କହିଲେ ମୋ କ୍ୟାରିଅରକୁ ମୋଦୀ ବି ନଷ୍ଟ କରିପାରିବେନି

ମୁମ୍ବାଇ: ବିବାଦରେ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ। ବିଜେପିର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଅଭିଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏପରି କିଛି ଉଲ୍ଲେଖ କରିଛନ୍ତି ଯାହା ସମସ୍ତଙ୍କୁ ହତବାକ କରିଛି। ୨୦୧୯ ମହାରାଷ୍ଚ୍ରରେ ନିର୍ବାଚନ ହାରିବା ପରେ କୋଣଠେସା ହୋଇଥିବା ଏହି ନେତ୍ରୀ କହିଛନ୍ତି, ସେ ଯଦି ଲୋକଙ୍କ ମନରେ ରହିଥିବେ ତାହେଲେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ କ୍ୟାରିଅର ଚାହିଁଲେ ନଷ୍ଟ କରିପାରିବେନି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଚାଲିଥିବା କାର୍ଯ୍ୟକ୍ରମ ସମୟରେ ପଙ୍କଜା ଏପରି କିଛି କହିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ କଂଗ୍ରେସରେ ପରିବାର ରାଜ ଜାରି ରହିଛି। ଯଦିଓ ମୋଦୀ ଏହି ପରିବାର ରାଜକୁ ଶେଷ କରିବାକୁ ଚାହାଁନ୍ତି ହେଲେ ସେ ମଧ୍ୟ ଏକ ରାଜନୈତିକ ପରିବାରରୁ ଆସିଛନ୍ତି ବୋଲି କହିଛନ୍ତି। ଯଦି ସେ ଲୋକଙ୍କ ହୃଦୟରେ ଥିବେ ତେବେ ମୋଦୀ ମଧ୍ୟ ତାଙ୍କ ରାଜନୈତିକ କ୍ୟାରିୟର ଶେଷ କରିପାରିବେ ନାହିଁ ବୋଲି କହିଛନ୍ତି।

ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମଙ୍ଗଳବାର ଏହା କହିଛନ୍ତି ପଙ୍କଜା ମୁଣ୍ଡେ।

ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ନିର୍ବାଚନରେ ​​ପରାଜୟ ପରେ ମୁଣ୍ଡେ ଦଳ ପକ୍ଷରୁ କୋଣଠେସା ହୋଇ ରହିଛନ୍ତି । ପାରିବାରିକ ଗଡ଼ ବୋଲି କୁହାଯାଉଥିବା ପାର୍ଲୀଙ୍କରୁ ପରାଜୟ ପରେ ସେ ଅଭିଯୋଗ କରିଛନ୍ତି ଯେ ନିଜ ଦଳର କିଛି ଲୋକଙ୍କ ପାଇଁ ସେ ହାରିଛନ୍ତି। ବିଧାନସଭା ନିର୍ବାଚନ ବେଳେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରୁଥିଲେ ପଙ୍କଜା।

Comments are closed.